ରାଉରକେଲାର ଏନ୍ ଆଇଟିରୁ ବୁର୍ଲାସ୍ଥିତ ଭିମସାରକୁ ପଠାଗଲା କୋଭିଡ ଟେଷ୍ଟ ମେସିନ଼୍

ରାଉରକେଲା : ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ଭିମସାରକୁ କରୋନା କୋଭିଡ ଟେଷ୍ଟ ପାଇଁ ରାଉରକେଲାର ଏନ୍ ଆଇଟିରୁ ପଠାଗଲା କୋଭିଡ ଟେଷ୍ଟ ମେସିନ଼୍ I ସେଇ ମେସିନ଼ର ନାଁ ହେଉଛି ପି.ସି.ଆର l ଏନ୍.ଆଇ.ଟିର ଲାଇଫ୍ ସାଇନ୍ସ୍ ବିଭାଗରୁ ପ୍ରଥମ ମେସିନ଼୍ ଆଜି ବୁର୍ଲାକୁ ପଠାଯାଇଛି I ଏହି ପି ସି ଆର ମେସିନ଼୍ ଟି ବୁର୍ଲାରେ ପହଞ୍ଚିବା ପରେ ସେଠି କୋଭିଡ ଟେଷ୍ଟ ଆରମ୍ଭ ହୋଇପାରିବ ବୋଲି ଆଶା କରାଯାଉଛି l


ସୂଚନାଯୋଗ୍ୟ, ଗତକାଲି ଭିମସାରର ଡିନ୍ ଓ ଅଧ୍ୟକ୍ଷ କରୋନା କୋଭିଡ ଟେଷ୍ଟ ପାଇଁ କୋଭିଡ ଟେଷ୍ଟ ମେସିନ଼୍ ପଠାଇବା ଲାଗି ରାଉରକେଲା ଏନ୍ ଆଇଟିକୁ ଚିଠି ଲେଖିଥିଲେ। ଏହାପରେ ଆଜି ଏନ୍ ଆଇଟି ଏହି ପଦକ୍ଷେପ ନେଇଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ଇସ୍ପାତ ଜେନେରାଲ ହସପିଟାଲ (ଆଇଜିଏଚ୍‌)ରେ କୋଭିଡ-୧୯ ପରୀକ୍ଷା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ଦିନରେ ସନ୍ଧ୍ୟା ସୁଦ୍ଧା ୨୮ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡ଼ିଥିଲା। । ଏଠାରେ ଦୈନିକ ୪୦/୫୦ଟି ନମୁନା ପରୀକ୍ଷା କରାଯାଇପାରିବ। ନମୁନା ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଉପକରଣ ଉପଲବ୍ଧ କରାଯାଇଛି। ଆର୍‌ଏମ୍‌ଆର୍‌ସି (ଭୁବନେଶ୍ଵର) ଏବଂ ଏମ୍‌ସ (ଭୁବନେଶ୍ଵର)ରେ ପ୍ରଶିକ୍ଷିତ ଇସ୍ପାତ ଜେନେରାଲ ହସ୍ପିଟାଲର ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ ଏହି ପରୀକ୍ଷା କରୁଛନ୍ତି। ସ୍ଥାନୀୟ କୋଭିଡ୍‌ ହସପିଟାଲ ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ସନ୍ଦିଗ୍ଧ ରୋଗୀଙ୍କଠାରୁ ସଂଗୃହୀତ ନାସା ଓ ଗଳା ସ୍ଵାବ୍‌ ଏଠାରେ ପରୀକ୍ଷା କରାଯାଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର