୩ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ କ୍ଷତିପୂରଣ ଦେଲେ କେନ୍ଦ୍ର ସରକାର, ଓଡ଼ିଶାକୁ ନାହିଁ

ଭୁବନେଶ୍ୱର: କେନ୍ଦ୍ର ସରକାର ୩ଟି ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ପାଇଁ କ୍ଷତିପୂରଣ ସହାୟତା ଦେଇଛନ୍ତି। କେନ୍ଦ୍ର ସରକାର କେରଳ, ନାଗାଲାଣ୍ଡ ଓ ଆନ୍ଧ୍ରପ୍ରଦେଶକୁ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସହାୟତା ଦେଇଥିବା ବେଳେ ଓଡ଼ିଶାକୁ ବଞ୍ଚିତ କରିଛନ୍ତି। କେରଳ ୩୦୪୮ କୋଟି ଟଙ୍କା, ନାଗାଲାଣ୍ଡ ୧୩୧ କୋଟି ଟଙ୍କା ଏବଂ ଆନ୍ଧ୍ର ପ୍ରଦେଶ ୫୩୯ କୋଟି ଟଙ୍କା କ୍ଷତିପୂରଣ ପାଇଛି। କେନ୍ଦ୍ର ସରକାର ଏନଡିଆରଏଫ ପାଣ୍ଠିକୁ ଅତିରିକ୍ତ ସହାୟତା ଦେଇଛନ୍ତି। ସହାୟତା ପ୍ରଦାନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଟୁଇଟ କରାଯାଇଛି। ଓଡ଼ିଶାରେ ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ଼ ‘ତିତଲି’ ଯୋଗୁଁ ବ୍ୟାପକ କ୍ଷତି ଘଟିଥିଲେ ମଧ୍ୟ ସହାୟତା ମିଳି ନାହିଁ।

 

ସମ୍ବନ୍ଧିତ ଖବର