ପ୍ରକାଶ ପାଇଲା ଓସିଏସ୍ ପ୍ରିଲିମ୍ ପରୀକ୍ଷାଫଳ: ୫୨୯୬ ଜଣ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍‌ (ଓସିଏସ୍‌)- ୨୦୨୧ ପ୍ରିଲିମ୍ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାରେ ମୋଟ ୫୨୯୬ ଜଣ ପ୍ରାର୍ଥୀ ଲିଖିତ (ମୁଖ୍ୟ) ପରୀକ୍ଷା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିରେ ୧୭୪୯ ଜଣ ମହିଳା ରହିଛନ୍ତି। କୃତକାର୍ଯ୍ୟ ହୋଇଥିବା ୫୨୯୬ ଜଣଙ୍କ ମଧ୍ୟରେ ଅଣସଂରକ୍ଷିତ ବର୍ଗରୁ ୨୮୦୨ ଜଣ ଥିବାବେଳେ ଏସ୍‌ଇବିସି ବର୍ଗରେ ୪୭୫, ଏସ୍‌ସି ବର୍ଗରେ ୮୭୭ ଏବଂ ଏସ୍‌ଟି ବର୍ଗରେ ୧୧୪୨ ଜଣ ଅଛନ୍ତି। ଆସନ୍ତା ଫେବ୍ରୁ୍ଆରି ମାସରେ ଏହାର ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ ଯେ ଓସିଏସ୍-୨୦୨୧ରେ ୪୩୩ଟି ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେଥିରୁ ୧୪୨ଟି ମହିଳାଙ୍କ ପ‌ାଇଁ ସଂରକ୍ଷିତ ରଖାଯାଇଛି। ସେହିଭଳି ଏସ୍‌ଇବିସି ପାଇଁ ୩୯, ଏସ୍‌ସି ପାଇଁ ୭୧, ଏସ୍‌ଟି ପାଇଁ ୯୩ ପଦବି ଥିବାବେଳେ ୨୩୦ଟି ପଦବି ଅଣସଂରକ୍ଷିତ ରହିଛି। ଓସିଏସ୍‌-୨୦୨୧ ପ୍ରିଲିମ୍‌ ପରୀକ୍ଷା ଗତ ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ୫୮ ହଜାର ୨୪୧ ଜଣ ଆବେଦନ କରିଥିବା ବେଳେ ୨୯ ହଜାର ୨୯୫ ଜଣ ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୦ ହଜାର ୨୮୪ ଜଣ ମହିଳା ଥିଲେ।

ସମ୍ବନ୍ଧିତ ଖବର