ଓଡ଼ିଆ ଇଞ୍ଜିନିୟରଙ୍କ ରାପ୍‌ରେ ସାହିତ୍ୟ ଛଟା

ଭୁବନେଶ୍ୱର : ବେଙ୍ଗାଲୁରୁଠାରେ ଏକ ଜର୍ମାନି କମ୍ପାନିରେ ସିନିଅର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ଅଭିନବ ସିଂହଙ୍କ ରାପ୍ ସଙ୍ଗୀତକୁ ନେଇ ଏବେ ସବୁଠି ଚର୍ଚ୍ଚା। ସେ କୌଣସି ଚାଲୁ କି ସ୍ଥାନୀୟ ଶବ୍ଦ ବ୍ୟବହାର ନକରିବା ସାହିତ୍ୟଭିତ୍ତିକ ଶବ୍ଦରେ ରାପ୍ ଲେଖିବା ସହ ସେଥିରେ ନିଜେ କଣ୍ଠଦାନ କରିଛନ୍ତି। ଏହିଭଳି ଉଦ୍ୟମକୁ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ବନ୍ଧୁ ତନ୍ମୟଙ୍କ ସହ ମିଶି ସେ ଏହା ପ୍ରସ୍ତୁତ କରିଛନ୍ତି।

ରାପ୍‌ରେ କେତେକ ଧାଡ଼ି ଏହିଭଳି; ଶବ୍ଦ ଭଣ୍ଡାର ଭିତରେ ମୋର ଓଡ଼ିଆ ଶବ୍ଦକୋଷ। ଦଗ୍ଧ ଜ୍ବାଳା ଜଳେ ଭିତରେ କରୁଛି ସବୁକୁ ନାଶ। ରୁଦ୍ର ରୂପୀ ମହାଦେବ ବେକରେ ଯା’ ନାଗ ଫାଶ। କ୍ଷୁଦ୍ର ପ୍ରାଣି ତୁଚ୍ଛ ମଣିଷ। ଆଗରେ ତାଙ୍କ ମୁଁ ଦାସ। ସତ୍ୟର ଅନୁସନ୍ଧାନେ ହୋଇଯିବ ହତ୍ୟା ଲୋକେ ଭୁଲିଯିବେ ସତ୍ୟକୁ। ହୃଦୟ ମୋ ସହ‌େ କେତେ ଝଡ଼ କେତେ ବାତ୍ୟାକୁ। ମାନି ନେ ମୋ ଆଜ୍ଞାକୁ। ଭାଗ୍ୟକୁ ନଦେଇ ଦୋଷ କରିବି ରୋଧ। ଆଗେଇ ଚାଲିଛି ନେଇ ଶପଥ, କରିନି କ୍ରୋଧ… ଶବ୍ଦ ପ୍ରହାର ଶୀର୍ଷକ ଥିବା ଏହି ଶୁଦ୍ଧ ଓଡ଼ିଆ ରାପ୍‌ ଶୁଣିବା ପରେ ଅନେକ ରାପର ଏହା ବହୁତ କ‌ଷ୍ଟ ବୋଲି ମତ ରଖିଛନ୍ତି। ଅନେକ ଶବ୍ଦ ଚୟନ ଓ ଚମତ୍କାର ଶୈଳୀକୁ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଭିଡିଓରେ ବିଲ୍‌କୁଲ ଇଂରାଜୀ କି ହିନ୍ଦୀ ଶବ୍ଦ ବ୍ୟବହାର ହୋଇନାହିଁ। ଅଭିନବଙ୍କ ଏହି ରାପ୍‌କୁ ୟୁ-ଟ୍ୟୁବ୍‌ରେ ପାଖାପାଖି ୧୮ ହଜାର ଜଣ ଦେଖିସାରିଲେଣି।

ସମ୍ବନ୍ଧିତ ଖବର