୨୭ରେ ନିଖିଳ ଓଡ଼ିଶା ଆଶା କର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ମାସିକିଆ ଭତ୍ତା ଓ ଅନ୍ୟାନ୍ୟ ଦାବି ନେଇ ଆସନ୍ତା ୨୭ତାରିଖରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ। ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିସନ ଅଧୀନରେ କାର୍ଯ୍ୟ କରୁଥିବା ଆଶା କର୍ମୀମାନେ ଏହି ବିକ୍ଷୋଭରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସଂଘର ଦାବି ମଧ୍ୟରେ ରହିଛି, ଆଶା କର୍ମୀଙ୍କୁ ୯ଟି ବିଭିନ୍ନ କାର୍ଯ୍ୟରେ ଯୋଗ ଦେଲେ ସେମାନଙ୍କୁ ଆବଶ୍ୟକ ପ୍ରାପ୍ୟ ପ୍ରଦାନ କରାଯାଉ। ଆଶା କର୍ମୀଙ୍କୁ ଯୋଗ୍ୟତା ଭିତ୍ତିରେ ସେବିକା ତାଲିମ ପାଇଁ ସ୍ଥାନ ସଂରକ୍ଷଣ, ମାଗଣା ବସ୍‌ ପାସ ପ୍ରଦାନ, କଲ୍ୟାଣ ମୂଳକ ଯୋଜନାରେ କାର୍ଯ୍ୟକାରିତା, ଯୋଗ୍ୟ ବିବେଚିତ ଆଶମାନଙ୍କୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ପରିସରଭୁକ୍ତ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ସର୍ବନିମ୍ନ ୩ହଜାର ଟଙ୍କା ମାସିକ ପେନସନ ଓ ଅବସରକାଳୀନ ସହାୟତା ରାଶି ୧୦ହଜାରୁ ୧ଲକ୍ଷକୁ ବୃଦ୍ଧି କରିବାକୁ ସଂଘର ସଂପାଦିକା ନମିତା ସାହୁ ଓ ମାତିଲଦା ଜୁଲୁ ଆହ୍ଵାନ କରିଛନ୍ତି।

ସମ୍ବନ୍ଧିତ ଖବର