ଜୁନ୍ ୧୮ରୁ ହୋଇପାରେ ବିଧାନସଭା, ଜୁଲାଇ ୩୧ରେ ବ୍ୟୟ ମଞ୍ଜୁରି ବିଲ, ୨୦୧୯-୨୦ ଆର୍ଥିକ ବର୍ଷ ପୂର୍ଣ୍ଣାଙ୍ଗ ବଜେଟ ପାରିତ ହେବ
ଭୁବନେଶ୍ବର : ଆସନ୍ତା ଜୁନ୍ ୧୮ ତାରିଖରୁ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଡକାଯିବା ସମ୍ଭାବନା ରହିଛି। ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି। ପୂର୍ବରୁ ଜୁନ ୧୧ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ କରିବାକୁ ବିଧାନସଭା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ରଜ ଛୁଟି ପଡ଼ୁଥିବାରୁ ସେ ତାରିଖରେ ପରିବର୍ତ୍ତନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନ ବର୍ଷ ଥିବାରୁ ରାଜ୍ୟ ସରକାର ଗତ ଫେବ୍ରୁଆରିରେ ୪ ମାସ ପାଇଁ କାମଚଳା ବଜେଟ ବିଧାନସଭାରେ ପାରିତ କରିଥିଲେ। ଏବେ ନୂଆ ସରକାର ଗଠନ ପରେ ବିଧାନସଭାର ଏହି ଅଧିବେଶନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପାରିତ କରାଯିବ।
ବିଶ୍ବସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଜୁୁନ ୧୮ ତାରିଖରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଚାଲିବା ସମ୍ଭାବନା ରହିଛି। ଜୁଲାଇ ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ ପାରିତ କରାଯିବ।