ରାଜ୍ୟ ବଜେଟ୍‌ ୨୦୧୯-୨୦ : ଫୋକସ୍‌ରେ ଗାଁ, ଗରିବ, ମହିଳା, ଆଦିବାସୀ

ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣରୁ କିଛି...

ମୁଖ୍ୟମନ୍ତ୍ରୀଙ୍କ ଥ୍ରି ଟି ଅର୍ଥାତ୍ ସଂଘବଦ୍ଧ କାର୍ଯ୍ୟ, ସ୍ବଚ୍ଛତା, ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ସଫଳତା ପାଇଛି ରାଜ୍ୟ।
୧୮ ବର୍ଷ ମଧ୍ୟରେ ରାଜ୍ୟର ନିଜସ୍ବ ଆୟ ସାମଗ୍ରିକ ଘରୋଇ ଉତ୍ପାଦର ପ୍ରତିଶତ ହିସାବରେ ପ୍ରାୟ ଦ୍ବିଗୁଣିତ ହୋଇଛି।
୨୦୦୫-୦୬ରୁ ବଳକା ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା।
ଋଣ ଆଣି ସରକାର ପୁଞ୍ଜିବ୍ୟୟରେ ବିନିେଯାଗ କରୁଛନ୍ତି।
ଏକ ଦଶନ୍ଧି ମଧ୍ୟରେ ୮୦ଲକ୍ଷ ଲୋକ ଦାରିଦ୍ର୍ୟ ସୀମାେରଖା ଉପରକୁ ଆସିଛନ୍ତି।
ଜନସଂଖ୍ୟାର ୫୦ ପ୍ରତିଶତ ଏବେ କୃଷି ଉପରେ ନିର୍ଭରଶୀଳ।
୨୦୧୯ ଏପ୍ରିଲ ସୁଦ୍ଧା ଅଧିକ ୧୦ଲକ୍ଷ ହେକ୍ଟ ଜଜମିରେ ଜଳସେଚନ।
ଆସନ୍ତା ଦିନରେ ଆଉ ୫ଟି ନୂତନ ସରକାରୀ ଭେଷଜ ମହାବିଦ୍ୟାଳୟ ସ୍ଥାପନ ଯୋଜନା
୧୧୮ଟି କେନ୍ଦ୍ରରେ ଆହାର ଯୋଜନା ଜାରି ରହିବ।
ସରକାରଙ୍କ ଲକ୍ଷ୍ୟ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା।
ପ୍ରତି ଜିଲ୍ଲାରେ ସମସ୍ତ ସୁବିଧା ଥାଇ େସ୍ପାର୍ଟସ କଂପ୍ଲେକ୍ସ ହେବ।
କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଭଳି ସହରରେ ବିଶ୍ବସ୍ତରୀୟ ସାଟେଲାଇଟ୍ ଷ୍ଟାଡିୟମ୍ ନିର୍ମାଣ ହେବ।
ସୁନ୍ଦରଗଡ ଜିଲ୍ଲାର ୧୭ଟି ବ୍ଲକରେ କୃତ୍ରିମ ଘାସ ହକି ପଡିଆ ନିର୍ମାଣ ଯୋଜନା ରହିଛି।
ଆଉ ୬ଟି ଡିଗ୍ରିସ୍ତରୀୟ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ।
୨୦୧୯ ସୁଦ୍ଧା ସବୁ ଯୋଗ୍ୟ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର।
ଶ୍ରୀଜଗନ୍ନାଥ ମନ୍ଦିର ପାରିପାର୍ଶ୍ବିକ ଉନ୍ନତି ପାଇଁ ଅବଢା ଯୋଜନାରେ ୯୦ କୋଟି।
ଶ୍ରୀମନ୍ଦିର ଉନ୍ନୟନ ଯୋଜନା ନିମନ୍ତେ ୫ କୋଟି ବରାଦ।
କୃଷି କଲେ ଉନ୍ନତି ସକଳ ଉନ୍ନତି। କୃଷି ବିନା ନା କନ୍ଥା ନା ପନ୍ଥା କାହିଁ ବା ଅନ୍ୟଗତି ହେ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ କବିତାକୁ ଉଦ୍ଧାର କଲେ।

ସମ୍ବନ୍ଧିତ ଖବର