ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା କମିସନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କୁ ଭାରତୀୟ ଚାମ୍ପିଅନ ସମ୍ମାନ

ଚନ୍ଦ୍ରଶେଖରପୁର : ଓଡ଼ିଶା ଶିଶୁ ଅଧିକାର ସୁରକ୍ଷା କମିସନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କୁ ଭାରତୀୟ ଚାମ୍ପିଅନ ସମ୍ମାନ ପ୍ରଦାନ କରାଯାଇଛି। ଶିଶୁ ଅଧିକାର ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସନ୍ଧ୍ୟାବତୀଙ୍କ ଉଦ୍ୟମ କ୍ରମେ ରାଜ୍ୟରେ ଶିଶୁମାନଙ୍କ ସାମୁହିକ ଅଧିକାର ସୁରକ୍ଷା ହେବା ଏବଂ ବିଶେଷ କରି ‘ଫନି’ ସମୟରେ ଛୋଟ ପିଲାଙ୍କ ସୁରକ୍ଷା ପାଇଁ ତାଙ୍କର ଆପାତ୍‍କାଳୀନ ସହଯୋଗ ଯୋଗାଇ ଦେବା ଦିଗରେ ନିରନ୍ତର କାର୍ଯ୍ୟ ଲାଗି ଶିଶୁ ଅଧିକାର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ‘ସେଭ୍‍ ଦି ଚିଲ୍‌ଡ୍ରେନ୍‍’ ଅନୁଷ୍ଠାନ ପକ୍ଷରୁ ନୂଆଦିଲ୍ଲୀଠାରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ସନ୍ଧ୍ୟାବତୀଙ୍କ ସମେତ ଦେଶର ୧୦ଟି ରାଜ୍ୟର ଶିଶୁ ଅଧିକାର ସୁରକ୍ଷା କମିସନ ଅଧ୍ୟକ୍ଷମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ‘ଦି ରାଇଟ୍‍ସ ଷ୍ଟାର୍ଟ ନ୍ୟାସ୍‍ନାଲ୍‍ ସମିଟ୍‍’ କାର୍ଯ୍ୟକ୍ରମକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନି ଉଦ୍‍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସେଭ୍‍ ଦି ଚିଲ୍‌ଡ୍ରେନ୍‍ର ଭାରତରେ ଅବସ୍ଥାପିତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦିଶା ପିଲାଇ, ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ ଅଧ୍ୟକ୍ଷ ପ୍ରିୟଙ୍କା କାନୁନ୍‌ଗୋ, ୟୁନିସେଫ୍‍ର ଭାରତୀୟ ପ୍ରତିନିଧି ଡ. ଜସ୍ମିନ୍‍ ଅଲ୍ଲୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର