ସୁନ୍ଦରଗଡ଼ରେ ୨ୟ ଏମ୍ସ ପ୍ରତିଷ୍ଠା ପାଇଁ ଦାବି ଜଣାଇଲା ଓଡ଼ିଶା

ଭୁବନେଶ୍ବର : ରାଉରକେଲାଠାରେ ରାଜ୍ୟର ୨ୟ ଏମ୍ସ ସ୍ଥାପନ ପାଇଁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ବସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଦେଶର ଅନ୍ୟ କେତେକ ରାଜ୍ୟରେ ୨ୟ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ ବିଚାରାଧୀନ ଥିବାବେଳେ ଓଡ଼ିଶାର ଦାବିକୁ ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି ।

ସୁନ୍ଦରଗଡ଼ରେ ଏକ ଏମ୍ସ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି । ପୂର୍ବରୁ ସୁନ୍ଦରଗଡ଼ରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଓ ଏନଟିପିସି ମଧ୍ୟରେ ବୁଝାମଣା ହୋଇଥିଲା । ଏବେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାବେଳେ ଯନ୍ତ୍ରାଂଶ ଖରିଦ ଚାଲିଛି । ଏହି ଭିତ୍ତିଭୂମିକୁ ଏମ୍ସ ପ୍ରତିଷ୍ଠା ପାଇଁ ବ୍ୟବହାର କରିହେବ ବୋଲି ସେ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର