ରାସନକାର୍ଡ ସହ ଆଧାର ସଂଯୋଗ କରାଇବାର ସମୟ ସୀମା ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାସନକାର୍ଡ ସହ ଆଧାରକାର୍ଡ ସଂଯୋଗ କରିବାର ଶେଷ ତାରିଖ ସୀମାକୁ ରାଜ୍ୟ ସରକାର ୧୫ ଦିନ ପାଇଁ ବଢ଼ାଇ ଦେଇଛନ୍ତି। ସମୟ ସୀମା ସେପ୍ଟମ୍ବର ୧୫କୁ ଘୁଞ୍ଚାଇ ଦିଆଯାଇଛି। ଏ ସଂପର୍କରେ ସୂଚନା ଦେଇ ଓଡ଼ିଶା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜଣାଇଛନ୍ତି।

ପୂର୍ବରୁ ରାସନ ସହ ଆଧାର ସଂଯୋଗ କରିବାର ସମୟ ସୀମା ୩୧ ଅଗଷ୍ଟ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଲୋକମାନଙ୍କ ସୁବିଧାକୁ ଲକ୍ଷ କରାଯାଇ ଏହି ସମୟ ସୀମାକୁ ବଢ଼ାଇ ଦିଆଯାଇଛି। ଯେଉଁମାନେ ଏବେ ବି ରାସନ ସହ ଆଧାର ସଂଯୋଗ କରିବାର ପ୍ରକ୍ରିୟାରେ ଅଛନ୍ତି ସେମାନଙ୍କ ପାଇଁ ବିଶେଷ ଫଳପ୍ରଦ ହେବ।

OrissaPOST

ଉଲ୍ଲେଖଯୋଗ୍ୟ, ଦୁର୍ନୀତି ରୋକିବା ପାଇଁ ରାସନ କାର୍ଡରେ ଆଧାର ସଂଯୋଗ କରାଇବା ସବୁଠାରୁ ଭଲ ଉପାୟ। ଫଳରେ ଆଉ କେବେ ଭୂତ ନାମରେ ରାସନ ଯିବ ନାହିଁ। ରାସନକାର୍ଡ ସହ ଆଧାର ନମ୍ବର ସଂଯୋଗ କରାଇ ଦୁର୍ନୀତି ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର