କଟକ: ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇ ଆଜି ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି ସମ୍ପର୍କରେ ସତ୍ୟପାଠ ମାନ୍ୟବର ହାଇକୋର୍ଟରେ ଦାଖଲ କରିଛନ୍ତିି। ତେବେ କେବେ ନିର୍ଦ୍ଦିଷ୍ଟ ଭାବେ ଜଗମୋହନ ସର୍ବସଧାରଣଙ୍କ ପାଇଁ ଖୋଲାଯିବ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇ ନ ଥିବାରୁ ମାନ୍ୟବର ହାଇକୋର୍ଟେ ଏ ନେଇ ବିରକ୍ତି ପ୍ରକାଶ କରିଛନ୍ତି। ତୁରନ୍ତ କେବେ ନିର୍ଦ୍ଦିଷ୍ଟ ଭାବେ ଜଗମୋହନ ଖୋଲାଯିବ ତାହା ଜଣାଇବା ପାଇଁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଯୋଗ୍ୟ ଯେ ପୂର୍ବରୁ ଜଗମୋହନ କେବେ ଖୋଲାଯିବ ସେ ନେଇ ନିର୍ଦ୍ଦିଷ୍ଟ ତାରିଖ ଜଣାଇବା ପାଇଁ ହାଇକୋର୍ଟ ଶ୍ରୀମନ୍ଦିିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନୀତ ଶରଣ ଓ ଜଷ୍ଟିସ ଡ. ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ବେଞ୍ଚରେ ଜଗମୋହନ ନେଇ ସତ୍ୟପାଠ ଦାଖଲ କରାଯାଇଥିଲା। ମାତ୍ର ମାନ୍ୟବର କୋର୍ଟ ଗତଥର ଯେଉଁ ନିର୍ଦ୍ଦିଷ୍ଟ ତାରିଖ ଚାହିଁଥିଲେ ସେ ସମ୍ପର୍କରେ ଏହି ସତ୍ୟପାଠରେ କିଛି ଉଲ୍ଲେଖ ନ ଥିବାରୁ ମାନ୍ୟବର କୋର୍ଟ ଏଥିରେ ବିରକ୍ତି ପ୍ରକାଶ କରି କେବେ ଜଗମୋହନ ଖୋଲାଯିବ ସେ ନେଇ ନେଇ ନିର୍ଦ୍ଦିଷ୍ଟ ତାରିଖ ଜଣାଇବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।