ଓଡ଼ିଶା ବନ୍ଦ ଜାରି: ବିଭିନ୍ନ ସ୍ଥାନରେ ରାସ୍ତାରୋକ, ବିକ୍ଷୋଭ ଓ ସତ୍ୟାଗ୍ରହ

ଭୁବନେଶ୍ୱର: ଗୁରୁବାର ସକାଳ ୬ଟାରୁ ନବନିର୍ମାଣ କୃଷକ ସଙ୍ଗଠନ ଆହ୍ଵାନକ୍ରମେ ଆରମ୍ଭ ହୋଇଥିବା ଓଡ଼ିଶା ବନ୍ଦ ଚାଲୁ ରହିଛି।

ରାଜ୍ୟର ବିଭିନ୍ନ ରାସ୍ତା ଓ ଛକ ଜାଗାଗୁଡ଼ିକରେ ସଙ୍ଗଠନର କର୍ମୀମାନେ ବ୍ୟାନର ପତାକା ଆଦି ଧରି ସମବେତ ହୋଇ ସତ୍ୟାଗ୍ରହ ଚଳାଇଛନ୍ତି।

ରାଜଧାନୀ ଭୁବନେଶ୍ୱର ସତ୍ୟନଗର ଓଭରବ୍ରିଜ୍‌, ରବି ଟକିଜ୍‌ ଛକ, ପଟିଆ, ମାଷ୍ଟର୍‌ କ୍ୟାଣ୍ଟିନ୍‌ଏବଂ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତାରେ ଶୋଇ ଓ ଟାୟାର ଜଳାଇ ବାଟ ବନ୍ଦ କରିଛନ୍ତି। ଅନେକ ସ୍ଥାନରୁ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି।

 

 

କେନ୍ଦୁଝରରେ ମଧ୍ୟ ଅନୁରୂପ ଭାବେ ବନ୍ଦ ପାଳନ ଚାଲିଛି। ଭଦ୍ରକର ନବ ନିର୍ମାଣ କୃଷକ ସଙ୍ଗଠନ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ବେଳେ ୫୦ ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ଅନଗୁଳ ବଇଣ୍ଡା ଠାରେ ମଧ୍ୟ ଚାଷୀମାନେ ବନ୍ଦ ପାଳନ କରୁଥିବା ଖବର ଆସିଛି।

 

 

 

ଜଗତ୍‌ସିଂହପୁରରେ ମଧ୍ୟ ପୁଲିସ ସତ୍ୟାଗ୍ରହୀମାନଙ୍କୁ ଗିରଫ କରି ନେଇ ଯାଇଛି। କେନ୍ଦ୍ରାପଡ଼ାରେ ମଧ୍ୟ ଆନ୍ଦୋଳନକାରୀମାନେ ରାସ୍ତାରେ ପୁରୁଣା ଟାୟାର ଜଳାଇ ଯାତାୟାତ ବନ୍ଦ କରିଛନ୍ତି। ଦୁହୁରିଆ ଠାରେ ପାରାଦୀପ-ଡୁବୁରି ରାଜପଥ ବନ୍ଦ କରିଛନ୍ତି।

 

 

କୋରାପୁଟ ଓ କନ୍ଧମାଳରେ ମଧ୍ୟ ଅନୁରୂପ ଭାବେ ବନ୍ଦ ପାଳନ ଚାଲିଛି। ଚାଷୀମାନେ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

 

 

କଟକର ବାଲିକୁଦା ଠାରେ ଆନ୍ଦୋଳନକାରୀମାନେ ୧୬ ନମ୍ବର ଜାତୀୟ ରାଜପଥ ବନ୍ଦ କରିଛନ୍ତି।

 

ପୁରୀ ଜିଲ୍ଲାରେ ମଧ୍ୟ ସଙ୍ଗଠନ ତରଫରୁ ସତ୍ୟାଗ୍ରହ ଚାଲିଛି।

 

ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବି କରି ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନବନିର୍ମାଣ କୃଷକ ସଙ୍ଗଠନ ଓଡ଼ିଶା ବନ୍ଦ ପାଳନ ଆରମ୍ଭ କରିଛି।

ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର