ଭୁବନେଶ୍ୱର: ଏଣିକି ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା | ପୂର୍ବରୁ ଖାତା ପିଛା ୧୫ରୁ ୨୦ ଟଙ୍କା ମିଳୁଥିବାବେଳେ ଏବେ ୩୦ ଟଙ୍କା ମିଳିବ | ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି | ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପରୀକ୍ଷା ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବଢ଼ିବ |
Sambad is now on WhatsApp
Join and get latest news updates delivered to you via WhatsApp
ଖାତା ଦେଖା ପାଇଁ ପୂର୍ବରୁ ୧୫ରୁ ୨୦ ଟଙ୍କା ମିଳୁଥିବାବେଳେ ଏଣିକି ଖାତା ଦେଖା ପାଇଁ ୩୦ ଟଙ୍କା ମିଳିବ | ସେହିପରି ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ପାଉଣା ମଧ୍ୟ ବୃଦ୍ଧି କରାଯିବ ବୋଲି ଅରୁଣ ସ୍ପଷ୍ଟ କରିଛନ୍ତି | ପ୍ରଶ୍ନ ପ୍ରସ୍ତୁତକାରୀଙ୍କୁ ୫୦୦ ଟଙ୍କା ମିଳୁଥିବାବେଳେ ଏଣିକି ୧୦୦୦ ଟଙ୍କା ମିଳିବ | ସେହିପରି ୧୫ଟି କଲେଜକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ର ହେବ | ବୈଠକରେ ଠିକ୍ ସମୟରେ ପାଠପଢ଼ା, ପରୀକ୍ଷା ଓ ଫଳ ପ୍ରକାଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ତେବେ ପାଉଣା ବୃଦ୍ଧି ପରେ ସ୍ଥିତିରେ କିଛି ସୁଧାର ଆସୁଛି ନା ନାହିଁ ତାହା ସମୟ ହିଁ କହିବ |