ଆଜିଠୁ ଓଡ଼ିଶା ଟ୍ରାଭେଲ୍‌ ବଜାର : ସାମିଲ୍‌ ହେବେ ୬୦ ବିଦେଶୀ ଟୁର‌୍‌ ଅପରେଟର୍‌

ଭୁବନେଶ୍ୱର : ଓଡ଼ିଶା ମାଟି ତଳେ ଯେତିକି ସମ୍ପଦ ସ˚ରକ୍ଷିତ ରଖିଛି, ମାଟି ଉପରେ ମଧ୍ୟ ସେତିକି ସୌନ୍ଦର୍ଯ୍ୟକୁ କୋଳରେ ସାଇତିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ‘ଓଡ଼ିଶା ଟ୍ରାଭେଲ୍‌ ବଜାର’। ଓଡ଼ିଶାର ସମୃଦ୍ଧ ପର୍ଯ୍ୟଟନକୁ ଦେଶ ବିଦେଶର ଲୋକଙ୍କ ମଧ୍ୟରେ ପହଞ୍ଚାଇବାକୁ ଦୃଷ୍ଟିରେ ରଖି ଏପରି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମେ ଫେୟାର୍‌ରେ ୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ।

ପର୍ଯ୍ୟଟନ ବିଭାଗ ଏବ˚ ଏଫ୍‌ଆଇସିସିଆଇର ମିଳିତ ସହଯୋଗରେ ଆୟୋଜିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ୨୩ଟି ଦେଶରୁ ୬୦ଜଣ ବିଦେଶୀ ଟୁର‌୍‌ ଅପରେଟର୍‌ ଅ˚ଶଗ୍ରହଣ କରିବେ। ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବୁଲଗେରିଆ, ଚୀନ୍‌, ଫିନ୍‌ଲାଣ୍ତ୍‌, ଫ୍ରାନ୍ସ, ଜର୍ମାନି, ହଙ୍ଗେରି, ଇଣ୍ତୋନେସିଆ, ଇଟାଲି, ମାଲେସିଆ, ଫିଲିପାଇନ୍ସ, ପୋଲାଣ୍ତ, ରୋମାନିଆ, ଋଷିଆ, ସିଙ୍ଗାପୁର‌୍‌, ସ୍ପେନ୍‌, ସ୍ୱିଡେନ୍‌, ଥାଇଲାଣ୍ତ୍‌, ନେଦରଲାଣ୍ତ୍‌, ୟୁକେ ଓ ୟୁଏସ୍‌ଏରୁ ଟୁର‌୍‌ ଅପରେଟର୍‌ମାନେ ଅ˚ଶଗ୍ରହଣ କରିବେ। ଏଥିସହ ୧୬ଜଣ ଦେଶୀୟ ଟୁର‌୍‌ ଅପରେଟର୍‌ ଭାଗନେବେ। ଅହମ୍ମଦାବାଦ, ଚେନ୍ନାଇ, କୋଏମ୍ବାଟୁର‌୍‌, ଗୌହାଟି, ହାଇଦ୍ରାବାଦ, ମୁମ୍ବାଇ, ପୁନେ, ରାୟପୁର, ରାଜକୋଟ୍‌, ରାଞ୍ଚି, ବାରଣାସୀ ଓ ବିଶାଖାପାଟଣାରୁ ଟୁର‌୍‌ ଅପରେଟର୍‌ମାନେ ଅ˚ଶଗ୍ରହଣ କରିବେ। ଏଥିସହ ୫୬ଜଣ ହୋଟେଲ୍‌ ଶିଳ୍ପ ସହ ସ˚ଶ୍ଳିଷ୍ଟ ବ୍ୟକ୍ତିବିଶେଷ, ଟ୍ରାଭେଲ୍‌ ଏଜେନ୍ସିର ବ୍ୟକ୍ତିମାନେ ଅ˚ଶଗ୍ରହଣ କରିବେ। ଏହି ସମ୍ମିଳନୀ ମଧ୍ୟରେ ବିଜ୍‌ନେସ୍‌ ଟୁ ବିଜ୍‌ନେସ୍‌ ତଥା ବିଟୁବି ଆଲୋଚନା ହେବ।

ଏହା ପୂର୍ବରୁ ଆସିଥିବା ସେହି ଟୁର‌୍‌ ଅପରେଟର୍‌ମାନଙ୍କୁ ୩ଟି ଗ୍ରୁପ୍‌ରେ ଫାମ୍‌ ଟ୍ରିପ୍‌ରେ ତଥା ଓଡ଼ିଶାକୁ ଚିହ୍ନିବା ଓ ଜାଣିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବୁଲାଇବାର ବନ୍ଦୋବସ୍ତ କରାଯାଇଥିଲା। ସେମାନଙ୍କୁ ଭୁବନେଶ୍ବର, ପୁରୀ, କୋଣାର୍କ, ଲଳିତଗିରି, ରତ୍ନଗିରି, ଭିତରକନିକା, ଚିଲିକା, ଗୋପାଳପୁର, ରାୟଗଡ଼ା, ଜୟପୁର ଆଦି ସ୍ଥାନକୁ ବୁଲାଇ ନିଆଯାଇଛି। ଏଥିସହ ସେମାନଙ୍କୁ ଭୁବନେଶ୍ୱରରେ ଐତିହ୍ୟ ପଦଯାତ୍ରାରେ ସାମିଲ୍‌ କରି ଖଣ୍ତଗିରି, ଉଦୟଗିରି, ପୁରୁଣା ଭୁବନେଶ୍ବର ମନ୍ଦିର ମାଳା, ଧଉଳି ଆଦି ସ୍ଥାନକୁ ନିଆଯିବାର ବନ୍ଦୋବସ୍ତ କରାଯାଇଛି। ଧଉଳିଠାରେ ଏହି ଟୁରଅପରେଟର୍‌ମାନଙ୍କ ପାଇଁ ସ୍ବତନ୍ତ୍ର ଲାଇଟ୍‌ ଆଣ୍ତ୍‌ ସାଉଣ୍ତ୍‌ ସୋ’ର ବନ୍ଦୋବସ୍ତ କରାଯାଇଛି। ଆଜି ମେ ଫେୟାରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ସଚିବ ବିଶାଲ୍‌ କୁମାର ଦେବ, ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ଏଫ୍‌ଆଇସିସିଆଇ ଓଡ଼ିଶା ଚାପ୍ଟର ଟୁରିଜିମ୍‌ ପ୍ୟାନେଲ୍‌ର ଚେୟାରମ୍ୟାନ୍‌ ଜେକେ ମହାନ୍ତି ଏବ˚ ଏଫ୍‌ଆଇସିସିଆଇର ରାହୁଲ ଚକ୍ରବର୍ତୀ ପ୍ରମୁଖ ଯୋଗଦେଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର