ନାବାଳକ ଦାଦନ ଶ୍ରମିକକୁ ନିର୍ଯାତନା ଘଟଣା: ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର : ୨୦୧୪ ମସିହାରେ ବଲାଙ୍ଗୀରର ଜଣେ ନାବାଳକ ଦାଦନ ଶ୍ରମିକକୁ କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲାରେ ଇଟାଭାଟି ମାଲିକ ମାଡ଼ ମାରି ହାତ ଭାଙ୍ଗି ଦେବା ମାମଲାରେ ରାଜ୍ୟ ମାନବାଧିକାର କମିସନ ହସ୍ତକ୍ଷେପ କରିଛନ୍ତି। ରାଜ୍ୟର କେତେକ ଅନୁନ୍ନତ ଅଞ୍ଚଳରେ ଦାଦନ ସମସ୍ୟାକୁ ଗମ୍ଭୀରତାର ସହ ନେଇ କମିସନ ନିଜ ଆଡୁ ଏକ ମାମଲା ରୁଜୁ କରିବା ସହ ଶ୍ରମ ବିଭାଗ ଠାରୁ ଏକ ରିପୋର୍ଟ ତଲବ କରିଛନ୍ତି। କମିସନ ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ରଘୁବୀର ଦାଶ ଓ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ତିନି ଜଣିଆ ଫୁଲ୍‌ ବେଞ୍ଚ୍ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ବଲାଙ୍ଗୀର ସମେତ ଦାଦନ ସମସ୍ୟା ପ୍ରବଣ ଅଞ୍ଚଳର ଦାଦନ ଶ୍ରମିକମାନଙ୍କର ସମସ୍ୟା ଓ କାରଣ ସମ୍ବନ୍ଧରେ ଅକ୍ଟୋବର ୨୮ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ଶ୍ରମ ସଚିବଙ୍କୁ ନୋଟିସ କରାଯାଇଛି।

ସମ୍ବନ୍ଧିତ ଖବର