ପୁରୁଣା ଆଇଟିଆଇ କୋଠା ହେବ କୋଭିଡ୍‌ କେୟାର ସେଣ୍ଟର

ବୌଦ୍ଧ : ବୌଦ୍ଧ ସହରରେ ଥିବା ପୁରୁଣା ଆଇଟିଆଇ କୋଠାକୁ କୋଭିଡ୍‌ କେୟାର ସେଣ୍ଟର କରାଯାଇଛି। ଶନିବାର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯାଇ କୋଠା ପରିଦର୍ଶନ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରୋଗୀଙ୍କୁ ଅତିରିକ୍ତ ସେବା ଯୋଗାଇବା ପାଇଁ ଡାକ୍ତର ଦଳ ସହ ଆଲୋଚନା କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ୧୩୫ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।

ଏଠାରେ ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି, ହୋମ୍‌ ଆଇସୋଲେସନ୍‌ର ସୁବିଧା ପାଉନଥିବା ବ୍ୟକ୍ତି, ଲକ୍ଷଣବିହୀନ ଆକ୍ରାନ୍ତ ଓ ଚିକିତ୍ସା ଦରକାର ହେଉଥିବା ଆକ୍ରାନ୍ତଙ୍କ ଚିକିତ୍ସା କରାଯିବ। ଏହି କେନ୍ଦ୍ର ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ରେପିଡ୍‌ ରେସପନ୍‌ସ ଟିମ୍‌ ଦ୍ବାରା ଚିହ୍ନଟ ରୋଗୀଙ୍କୁ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ। ସୂଚନା ଯୋଗ୍ୟ, ବୌଦ୍ଧ ସହରରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ରହିଛି।

ସମ୍ବନ୍ଧିତ ଖବର