ଗଞ୍ଜାମ ଉପକୂଳରେ ‘ବିରଳ ଆଲବିନୋ’ କଇଁଛ

ଚତୁର୍ଥ ଦିନରେ ୩୪ ହଜାର ଅଣ୍ଡାଦେଲେ ଅଲିଭ୍‌ ରିଡ୍‌ଲେ

ବ୍ରହ୍ମପୁର : ଗଞ୍ଜାମ ଋଷିକୁଲ୍ୟା ମୁହାଣରେ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ଚାରି ଦିନ ହେଲା ଜାରି ରହିଛି। ଚଳିତବର୍ଷ ପ୍ରଥମଥର ପାଇଁ ଦିନରେ ଅଲିଭ୍‌ ରିଡ଼୍‌ଲେ ଗଣ ଅଣ୍ଡାଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ୨୧ ତାରିଖ ଅଲିଭ୍‌ ରିଡ଼୍‌ଲେଙ୍କ ଗଣଅଣ୍ଡଦାନ ସମୟରେ ନୂଆ ପୋଡ଼ମ୍‌ପେଟା ବେଳାଭୂମିରେ ପ୍ରଥମଥର ଲାଗି ବିରଳ ସାମୁଦ୍ରିକ କଇଁଛ ‘ଆଲବି‌ନୋ’ ଦେଖିବାକୁ ମିଳିଛି।

‘ଆଲବିନୋ’ କଇଁଛ ସାଧାରଣତଃ ‌ଦେଖାଯାଇ ନଥାଏ। ଏହାଏକ ବରିଳ ଅଲିଭ୍‌ ରିଡ଼୍‌ଲେ ପ୍ରଜାତିର କଇଁଛ। ପୂର୍ବରୁ କେବେ ଗଞ୍ଜାମ ଉପକୂଳରେ ଏହା ଦେଖାଯାଇ ନ ଥିଲା ବୋଲି ବ୍ରହ୍ମପୁର ବନମଣ୍ଡଳର ଡିଏଫ୍‌ଓ ଅମ୍ଳାନ କୁମାର ନାୟକ କହିଛନ୍ତି। ଡେରାଡୁନ୍‌ସ୍ଥିତ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନର ଗବେଷକ ବିଭାସ ପାଣ୍ଡବ କହିଛନ୍ତି, ଏହା ଏକ ଭିନ୍ନ ପ୍ରଜାତିର ଅଲିଭ୍‌ ରିଡ଼୍‌ଲେ କଇଁଛ। ଏହାର ଶରୀରରେ କୌଣସି ଚିହ୍ନ ନଥାଏ। ଆଖି ଆଉ ଶରୀର ଗୋଲାପୀ ରଙ୍ଗ ହୋଇଥାଏ। ଏହାର ଓଜନ ପ୍ରାୟ ୫୦ କିଲୋ ପର୍ଯ୍ୟନ୍ତ ରହିଥାଏ। ଏହି କଇଁଛ ପ୍ରାୟତଃ ଦେଖାଯାଆନ୍ତି

ଚତୁର୍ଥ ଦିନରେ ୩୪ ହଜାର ଅଣ୍ଡାଦେଲେ ଅଲିଭ୍‌ ରିଡ୍‌ଲେ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଜାରି ରହିଛି। ଚତୁର୍ଥ ଦିନରେ ୩୪ ହଜାର ୪୮୩ ଅଲିଭ୍‌ ରିଡ୍‌ଲେ ଅଣ୍ଡା ଦାନ କରିଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି।

୫ କିମି ବ୍ୟାପୀ ବେଳାଭୂମିରେ ଏହି ଗଣଅଣ୍ଡାଦାନ ହୋଇଛି। ଚଳିତ ବର୍ଷ ନଭେମ୍ବର ୧ତାରିଖରୁ ୨୦ତାରିଖ ସୁଦ୍ଧା ସମୁଦାୟ ୩୩୮ଟି କଇଁଛ ବେଳାଭୂମିରେ ଅଣ୍ଡା ଦେଇଥିଲେ। କିନ୍ତୁ ଗତ ୧୫ତାରିଖରୁ ଚଳିତବର୍ଷର ଗଣଅଣ୍ଡାଦାନର ସଙ୍କେତ ମିଳିସାରିଥିଲା। ଗତ ୨୦ ତାରିଖ ‌ଭୋର୍ ୩ଟା ୧୦ରେ ନୂଆ ପୋଡ଼ମ୍‌ପେଟା ଠାରୁ ପୁରୁଣାବନ୍ଧ ୩ କିମି ବେଳାଭୂମିରେ ୨ହଜାର ୩୪ ଅଲିଭ ରିଡ଼୍‌ଲେ ଆସି ଅଣ୍ଡାଦାନ କରିଥିଲେ। ୨୦ ତାରିଖ ଓ ୨୧ତାରିଖ ମଧ୍ୟରେ ସମୁଦାୟ ୪୮ହଜାର ୮୬୧ଟି କଇଁଛ ଅଣ୍ଡା ଦେଇଛନ୍ତି। ୨୧ତାରିଖ ରାତିତମାମ୍‌ ୫୦ ୧୬୬ଟି କଇଁଛ ଅଣ୍ଡା ଦେଇଥିଲେ। ୨୨ ତାରିଖ ଅପରାହ୍‌ଣ ୩ଟା ଠାରୁ ପୁଣି ଅଲିଭ ରିଡ଼୍‌ଲେଙ୍କ ଗଣଅଣ୍ଡାଦାନ ଆରମ୍ଭ ରାତି ମଧ୍ୟରେ ୭୨ହଜାର ୮୫୦ଟି କଇଁଛ ଅଣ୍ଡା ଦେଇଥିଲେ। ୨୩ ତାରିଖ‌ ରାତିରେ ୩୪ହଜାର ୪୮୩ ଅଲିଭ୍‌ ରିଡ଼୍‌ଲେ ଅଣ୍ଡା ଦେଇଛନ୍ତି। ଏ ବର୍ଷ ସମୁଦାୟ ୨ଲକ୍ଷ ୧୬ ହଜାର ୭୪୮ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରୟାଗୀ ଠାରୁ ବଟେଶ୍ବର ପର୍ଯ୍ୟନ୍ତ ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ନୂଆ ପୋଡ଼ମ୍‌ପେଟା ଠାରୁ ପୁରୁଣାବନ୍ଧ ମଧ୍ୟରେ ପୁଲିସ ଫୋର୍ସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।

ସମ୍ବନ୍ଧିତ ଖବର