ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ : ଗୋଟିଏ ରାତିରେ ଅଣ୍ଡା ଦେଲେ ୨୦୩୪ କଇଁଛ, ପ୍ରୟାଗୀଠାରୁ ବଟେଶ୍ବର ପର୍ଯ୍ୟନ୍ତ ବେଳାଭୂମି ପର୍ଯ୍ୟଟକଙ୍କୁ ମନା

ବ୍ରହ୍ମପୁର : ଋଷିକୁଲ୍ୟା ମୁହାଣରେ ଅଲିଭ୍‌ ରିଡ଼୍‌ଲେଙ୍କ ଗଣଅଣ୍ଡଦାନ ପ୍ରକ୍ରିୟା ତ୍ବାରନ୍ବିତ ହୋଇଛି। ପୁରୁଣାବନ୍ଧ ଠାରୁ ପୋଡ଼ମପେଟା ପର୍ଯ୍ୟନ୍ତ ବେଳାଭୂମିରେ ରାତ୍ର ୩ଟା ୧୦ ରେ କଇଁଛମାନେ ଆସି ଅଣ୍ଡା ଦେଇଛନ୍ତି। ସମୁଦାୟ ୨୦୩୪ଟି କଇଁଛ ଅଣ୍ଡା ଦେବା ପରେ ବ୍ରହ୍ମପୁର ବନ ବିଭାଗ ତତ୍ପର ହୋଇପଡ଼ିଛି। ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ତେବେ କୋରାନ ଭୂତାଣୁ ସଂକ୍ରମଣର ଭୟାବହତା ଲାଗି ରହିଥିବାରୁ ଅଲିଭ୍‌ରିଡ଼‌ଲେଙ୍କ ଗଣ ଅଣ୍ଡଦାନ ଦେଖିବାକୁ କୌଣସି ବ୍ୟକ୍ତି ଓ ପର୍ଯ୍ୟଟକ ବେଳାଭୂମିକୁ ଯାଇପାରିବେ ନାହିଁ। ପ୍ରୟାଗୀ ଠାରୁ ବଟେଶ୍ବର ପର୍ଯ୍ୟନ୍ତ ବେଳାଭୂମିରେ ବନବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ଗତବର୍ଷ ଅନିୟମିତ ବର୍ଷା ସାଙ୍ଗକୁ ପ୍ରତିକୂଳ ପାଗ ଯୋଗୁଁ ଗଞ୍ଜାମ ଉପକୂଳରେ ଗଣଅଣ୍ଡାଦାନ ବ୍ୟାହତ ହୋଇଥିଲା।

ଗତ ନଭେମ୍ବର ୧ତାରିଖରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ମାତ୍ର ୪୦ଟି କଇଁଛ ଅଣ୍ଡା ଦେଇଥିଲେ। ଅଣ୍ଡା ଗୁଡ଼ିକ ସଂଗ୍ରହ କରି ବନବିଭାଗ ପକ୍ଷରୁ ପ୍ରସ୍ତୁତ ହ୍ୟାଚେରୀରେ ରଖାଯାଉଥିଲା। ଅଲିଭ୍‌ ରିଡ୍‌ଲେ କଇଁଛ ପ୍ରତିବର୍ଷ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ବେଳାଭୂମିରେ ଗଣଅଣ୍ତାଦାନ କରିଥାନ୍ତି। ଏବେ ପୁରୁଣାବନ୍ଧ ଠାରୁ ବଟେଶ୍ବର ପର୍ଯ୍ୟନ୍ତ ପ୍ରାୟ ୫ କିମି ବେଳାଭୂମିରେ ଗଣଅଣ୍ତାଦାନ ହେଉଛି। ପରିବର୍ତ୍ତିତ ଜଳବାୟୁ ଓ ପ୍ରତିକୂଳ ପାଗ ଯୋଗୁଁ ଚଳିତ ବର୍ଷ ଗଣଅଣ୍ଡାଦାନ ବିଳମ୍ବିତ ହୋଇଥିଲା। ବାରମ୍ବାର ପାଗରେ ପରିବର୍ତ୍ତନ ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ବି ଗଣଅଣ୍ଡାଦାନ ପ୍ରଭାବିତ ହେବ ବୋଲି ବନବିଭାଗ ଆଶାଙ୍କା କରିଥିଲା। କିନ୍ତୁ ଗତ କିଛିଦିନ ହେଲା ପାଗରେ ସୁଧାର ଆସିବା ସହିତ ତାପାମାତ୍ର ବୃଦ୍ଧି ପାଇଥିଲା। ଏଥିସହ ଦକ୍ଷିଣା ପବନ ବହିବା ଆରମ୍ଭ ହେବା ପରେ ଗତ ୧୫ତାରିଖ ଠାରୁ ଅଲିଭରିଡ଼ଲେ ମାନେ ବେଳାଭୂମିକୁ ଆସି ଅଣ୍ଡା ଦେବା ଆରମ୍ଭ କରିଥିଲେ। ଗତ ୧୫ତାରିଖ‌ରେ ୫୪ଟି, ୧୬ତାରିଖରେ ୫୬ଟି, ୧୭ତାରିଖ ୩୮ଟି ଓ ୧୯ତାରିଖାରେ ୨୬ଅଲିଭ୍‌ ରିଡ଼୍‌ଲେ ଅଣ୍ଡା ଦେଇଥିଲେ। ୧୫ତାରିଖରେ ଅଲିଭରିଡ଼୍‌ଲେଙ୍କ ଅଣ୍ଡଦାନ ପରେ ଗଣଅଣ୍ଡାଦାନ ପ୍ରକ୍ରିୟା ସ୍ବାଭାବିକ ହେବ ବୋଲି ବନବିଭାଗ ଆଶା ରଖିଥିଲା। କିନ୍ତୁ ଦିନକୁ ଦିନ ଅଲିଭରିଡଲେ ସଂଖ୍ୟା କମିବାରୁ ବନବିଭାଗ ଭାଙ୍ଗି ପଡିଥିଲା। ଗତ ରାତି ୩ଟା ୧୦ରେ ପୁରୁଣାବନ୍ଧ ଠାରୁ ପୋଡ଼ମ୍‌ପେଟା ୩କିମି ବେଳାଭୂମିରେ ଅଲିଭରିଡ଼ଲେ ଆସି ଅଣ୍ଡାଦାନ କରିଥିଲେ। ସମୁଦାୟ ୨୦୩୪ କଇଁଛ ଅଣ୍ଡାଦାନ କରିଛନ୍ତି। ଏଣିକି ଅଭିଲରିଡ଼ଲେଙ୍କ ଗଣ ଅଣ୍ଡାଦାନ ସ୍ବଭାବିକ ହେବ ବୋଲି ବିନବିଭାଗ ଆଶା ରଖିଛି। ବ୍ରହ୍ମପୁର ବନବିଭାଗ ପକ୍ଷରୁ ପୁରୁଣାବନ୍ଧ ଠାରୁ ବଟେଶ୍ବର ପର୍ଯ୍ୟନ୍ତ ବେଳାଭୂମିରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ୫କିମି ବେଳାଭୂମିକୁ ୧୦ଟି ସେକ୍ଟର୍‌ରେ ବିଭକ୍ତ କରାଯାଇଛି। ପ୍ରତି ସେକ୍ଟର୍‌ ଲାଗି ଜଣେ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପାଳି କରି ୨୪ ଘଣ୍ଟିଆ ପହରା ଆରମ୍ଭ ହୋଇଛି। ଗୋଖରକୁଦାରେ ବନବିଭାଗ ପକ୍ଷରୁ କଣ୍ଟ୍ରୋଲ୍‌ ରୁମ୍‌ ଅଛି। ବେଳାଭୂମିରେ ଆଲୋକ ପଡ଼ିଲେ ଅଲିଭ୍‌ ରିଡ଼୍‌ଲେଙ୍କ ଅଣ୍ଡାଦାନ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି। ତେଣୁ ଷ୍ଟ୍ରିଟ ଲାଇଟ୍‌ ଗୁଡ଼ିକୁ ବନ୍ଦ କରିବା ଲାଗି ଗଞ୍ଜାମ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ଏଥିସହ ଗ୍ରାସୀମ୍‌ ଇଣ୍ଡଷ୍ଟ୍ରିଜରେ ଲାଗିଥିବା ଲାଇଟ୍‌ ଗୁଡ଼ିକ ବନ୍ଦ କରିବା ଲାଗି ଅନୁରୋଧ କରା ଯାଇଥିବା ବ୍ରହ୍ମପୁର ଡିଏଫଓ ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର