ବାଲେଶ୍ବର : କଲର୍ସ ଭଳି ଏକ ଜାତୀୟସ୍ତରର ଚ୍ୟାନେଲ୍ରେ ପ୍ରସାରିତ ଡ୍ୟାନ୍ସ ଦିୱାନେ ସିଜିନ୍-୨ ରିଆଲିଟି ସୋ’ରେ ମୟୂରଭଂଜର ପୁଅ ଓମ ଶୁଭମ ମହାପାତ୍ର, ଯାହାଙ୍କ ବୟସ ମାତ୍ର ୧୧ ବର୍ଷ; ଶେଷରେ ଫାଇନାଲ୍ରେ ପହଂଚିଛନ୍ତି। ଗୋଟିଏ ପରେ ଗୋଟିଏ ଏପିସୋଡ୍ରେ ଓମ୍ ଖୁବ୍ ଭଲ ପ୍ରଦର୍ଶନ କରି ବିଚାରକ ମାଧୁରୀ, ତୁଷାର, ଶଶାଙ୍କ ସହ ଅତିଥି ବିଚାରକମାନଙ୍କ ମନ ଜିଣିପାରିଛନ୍ତି। ଏବେ ଭୋଟିଂ ଚାଲିଥିବା ବେଳେ ଓମ୍ଙ୍କୁ ଭୋଟ୍ ଦେଇ ଫାଇନାଲ୍ରେ ବିଜୟୀ କରିବା ପାଇଁ ପରିବାର ଲୋକ ଓ ଶୁଭେଚ୍ଛାମାନେ ରାଜ୍ୟବାସୀଙ୍କୁ ଅନୁୁରୋଧ କରିଛନ୍ତି। ଶନିବାର ଓ ରବିବାର ରାତି ୧୦ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଭୋଟିଂ ଲାଇନ୍ ଖୋଲା ରହୁଛି। ଭୋଟ୍ ଦେବା ପାଇଁ ଦର୍ଶକମାନଙ୍କୁ ମୋବାଇଲ୍ରେ ‘voot’ କିମ୍ବା ‘My Jio’ ଆପ୍ ଡାଇନ୍ଲୋଡ୍ କରିବାକୁ ହେବ। ଉଲ୍ଲେଖ ଥାଉ କି ଆସନ୍ତା ସପ୍ତାହରେ ଗ୍ରାଣ୍ଡ ଫିନାଲେ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଓମ୍ ଓମ୍ ଶୁଭମଙ୍କ ଘର ମୟୂରଭଂଜ ଜିଲ୍ଲା ଖୁଣ୍ଟା ବ୍ଲକ୍ କରକଚିଆ ଗ୍ରାମରେ। ତେବେ ବର୍ତମାନ ବାପା ଅରବିନ୍ଦ ମହାପାତ୍ର ଓ ମାଆ କୁଂଜଲତା ମହାପାତ୍ରଙ୍କ ସହ ବାରିପଦା ଏଲ୍ଆଇସି କଲୋନିରେ ରହୁଛନ୍ତି। ସେ ଲକ୍ଷ୍ମୀପୋଷି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଷ୍ଟାଣ୍ଡାର୍ଡ ୬ରେ ପଢ଼ୁଥିବା ବେଳେ ଶ୍ରୀମାନ ଦୀପୁଙ୍କଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଛନ୍ତି।