ରାଉରକେଲା: କୂଅରେ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

ରାଉରକେଲା:  ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ମହାନଗରରେ ଘଟିଛି ଏକ ଅଭାବନୀୟ ଘଟଣା । ରାଉରକେଲାର ସେକ୍ଟର – ୬ ସ୍ଥିତ ସୁଭାଷପାଲୀରେ କୂଅରେ ଖସି ପଡ଼ି ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକ ଜଣକ ହେଲେ ମନୋଜ ଧାରୁଆ (୩୦)l

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମନୋଜ କୂଅରୁ ପାଣି କାଢୁଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା। ଏହା ଫଳରେ .ସେ କୂଅରେ ପଡ଼ିଯାଇଥିଲେ । କୂଅ ଗଭୀର ଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପାରି ନ ଥିଲେ । ପରେ ଫାୟାର ବ୍ରିଗେଡ଼ ଟିମ ଏବଂ   ସେକ୍ଟର -୭ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ କୂଅରୁ ବାହାର କରି ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ସୁଭାଷ ପାଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏହି ଘଟଣା ରାଉରକେଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର