ଦନ୍ତାହାତୀ ଆକ୍ରମଣରେ ଜଣେ ଗୁରୁତର

ତେଲକୋଇ : ଆଜି ସକାଳେ ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କନ୍ତଲେଇ ଗ୍ରାମର ସନୁ ମୁଖି(୬୫)। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୌଚ ପାଇଁ ସକାଳେ ଯାଇଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଦନ୍ତାଟି ତାକୁ ଶୁଣ୍ଢରେ ଧରି କଚାଡ଼ି ଦେଇଛି। ସେ ଏକ ଅନାବନା ବୁଦାରେ ପଡ଼ି ଯିବାରୁ ହାତୀଟି ପାଇ ନ ଥିଲା।

ପରେ ଅନ୍ୟ ଲୋକ ପାଟିତୁଣ୍ଡ କରିବାରୁ ହାତୀଟି ଘଟଣାସ୍ଥଳରୁ ପଳାଇ ଯାଇଥିଲା। ଆହତଙ୍କୁ ତେଲକୋଇ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଗୁରୁତର ଆହତଙ୍କୁ ବନ ବିଭାଗ ପକ୍ଷରୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର