ଦର ବୃଦ୍ଧିକୁ ନେଇ ମହିଳା କଂଗ୍ରେସର ପ୍ରତିବାଦ: ରାସ୍ତା ଉପରେ କିଲୋ ୩୦ଟଙ୍କାରେ ବିକିଲେ ପିଆଜ

ଜୟପୁର: ବଜାର ଦର ହୁ ହୁ ହେଇ ବଢ଼ୁଛି। ପନିପରିବା ଦର ବଢ଼ିବା ସାଙ୍ଗକୁ କାର୍ତ୍ତିକ ମାସ ଚାଳିଥିଲେ ହେଁ କିଲୋ ପିଆଜ୍ ୬୦ଟଙ୍କାରେ ବିକ୍ରୀ ହେଉଛି। ଏହାକୁ ପ୍ରତିବାଦ କରି ମହିଳା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ସମ୍ମୁଖରେ ପିଆଜ୍ ବିକ୍ରୀ କରିଥିଲେ। କିଲୋ ପ୍ରତି ୩୦ଟଙ୍କାରେ ଗ୍ରାହକଙ୍କୁ କଂଗ୍ରେସ ପକ୍ଷରୁ ପିଆଜ୍ ବିକ୍ରୀ କରାଯାଇଥିଲା। ବଜାରରେ ୬୦ଟଙ୍କା କିଲୋ ଥିବା ପିଆଜ୍ କଂଗ୍ରେସ ୩୦ରେ ବିକ୍ରୀ କରୁଥିବା ସୂଚନା ପାଇ ଗ୍ରାହକ ମାନେ କଂଗ୍ରେସ ଭବନ ସମ୍ମୁଖରେ ଲମ୍ବା ଲାଇନ୍ ଲଗାଇ କିଣିଥିଲେ। ପୂର୍ବତନ ଜିଲ୍ଲା ସଭାନେତ୍ରୀ ତଥା ପିସିସି ସଂପାଦିକା ମୀନାକ୍ଷୀରାଣୀ ବାହିନୀପତି, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ, କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀ, କାଉନସିଲରଙ୍କ ସହ ମହିଳା କଂଗ୍ରେସର ନେତ୍ରୀ ମାନେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର