୬ ମାସର ମଧ୍ୟାହ୍ନଭୋଜନ ଚାଉଳ ମହଜୁଦ ରଖିବାକୁ ନିର୍ଦେଶ

ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହୋଇନି। କେବେ ସ୍କୁଲ ଖୋଲିବ ଓ ପାଠପଢ଼‌ା ହେବ, ତାହା ବି ଜଣାନାହିଁ। ତେବେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପ୍ରିଲରୁ ସେପ୍ଟେମ୍ବର ତଥା ଆସନ୍ତା ୬ ମାସର ଚାଉଳ ମହଜୁଦ ରଖିବା ପାଇଁ ସମସ୍ତ ଯୋଗାଣ ବିଭାଗ ଅଧିକାରୀଙ୍କୁ ଖାଦ୍ୟ ଯୋଗାଣ ନିଗମ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ଖୋଲି ନଥିବା ବେଳେ ପିଲାଙ୍କୁ ମଧ୍ୟାହ୍ନଭୋଜନ ପ୍ରଦାନ ଲାଗି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ଗତ ୯ ତାରିଖରେ ଏନେଇ ଏମ୍‌ଡିଏମ୍‌ର ନୋଡାଲ ଅଫିସର୍‌ ଚିଠି ଲେଖିଥି‌ଲେ। ଗତବର୍ଷ କରୋନା ସମୟରେ ମଧ୍ୟାହ୍ନଭୋଜନ ବାବଦ ଅର୍ଥ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର