ଦିଲ୍ଲୀରେ ଆଉ ଜ‌ଣେ ଓଡ଼ିଆ ଆଇନଜୀବୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ଯୁବ ଓଡିଆ ଆଇନଜୀବୀ ସଚିନ ଦାସ। ବ୍ରହ୍ମପୁର ତୁଳସୀନଗର ବାସିନ୍ଦା ସଚିନ ଦାସ ଗତ ୩୦ ବର୍ଷରୁ ସୁପ୍ରିମ୍‌କୋର୍ଟରେ ଓକିଲାତି କରୁଥିଲେ। ଗତ ଚାରିଦିନ ତଳେ ସେ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଚିକତ୍ସା ପାଇଁ ସ୍ଥାନୀୟ ଲେଡି ହାର୍ଡିଙ୍ଗ୍ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ଲଗାତାର ତାଙ୍କର ଅକ୍ସିଜେନ ସ୍ତର କମିବା ସହ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଅକାଳ ବିୟୋଗରେ ପ୍ରବାସୀ ଓଡ଼ିଆ ଓ ଆଇନଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି। ଚଳିତ ସପ୍ତାହରେ କରୋନାରେ ସୁପ୍ରିମ୍‌କୋର୍ଟର ଓଡିଆ ଆଇନଜୀବୀ ମନୋଜ ଦାସଙ୍କ ମୃତ୍ୟୁ ପରେ ଦ୍ବିତୀୟ ଓଡ଼ିଆ ଆଇନଜୀବୀ ରୂପେ ଆଜି ସଚିନ ଦାସଙ୍କ ମୃତ୍ୟୁ ହୋଇଛି।

ଅପରପକ୍ଷେ, ଆଜି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ ପଟ୍ଟନାୟକ ଓ ତାଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇ ଗୁରୁଗ୍ରାମର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର