ଆମ ଗାଁ ଆମ ବିକାଶ: ୫୮ ପଞ୍ଚାୟତ ପାଇଁ ୫୪୩ ପ୍ରକଳ୍ପ ମଞ୍ଜୁରୀ

ଭୁବନେଶ୍ୱର: ବ୍ଲକ୍‌ ସ୍ତରରେ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ, କଳାହାଣ୍ଡି ଓ ପୁରୀ ଜିଲ୍ଲାର ୩ଟି ବ୍ଲକ୍‌ର ୫୮ଟି ପଞ୍ଚାୟତ ପାଇଁ ୫୪୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। କୋରାପୁଟ ବ୍ଲକ୍‌ର ୧୪ଟି ପଞ୍ଚାୟତ ପାଇଁ ୨.୫୨ କୋଟି ଟଙ୍କାରେ ୮୮ଟି ପ୍ରକଳ୍ପ, ଗୋଲମୁଣ୍ଡା ବ୍ଲକ୍‌ର ୨୮ଟି ପଞ୍ଚାୟତ ପାଇଁ ୬.୧୬ କୋଟି ଟଙ୍କାରେ ୨୯୫ଟି ପ୍ରକଳ୍ପ ଓ କାକଟପୁର ବ୍ଲକ୍‌ର ୧୬ଟି ପଞ୍ଚାୟତ ପାଇଁ ୪.୧୩ କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ ମଞ୍ଜୁର ହୋଇଛି। ମୋଟ୍‌ ପ୍ରକଳ୍ପର ମୂଲ୍ୟ ୧୨.୮୧ କୋଟି ଟଙ୍କା। ଏହି ଅବସରରେ ଜନସାଧାରଣ ଓ ପ୍ରତିନିଧିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ମିଳିମିଶି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର