ବୋନସ ବଢ଼ାଇବା ପରେ ବଦଳୁଛି ଚିତ୍ର : ଛତିଶଗଡ଼ ଉପରେ ଓଡ଼ିଶା ଚାଷୀଙ୍କ ନଜର

ମନ୍ତ୍ରୀ କହିଲେ ଚଳିବ, ଘେରିଲେଣି ବିରୋଧୀ

ଭୁବନେଶ୍ବର : ନିକଟରେ ଛତିଶଗଡ଼ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୭୫୦ ଟଙ୍କା େବାନସ୍‌ ଦେବାପରେ ଓଡ଼ିଶା ସୀମାନ୍ତ ଅଞ୍ଚଳର ଚାଷୀ ଏବେ ଛତିଶଗଡ଼ ମୁହାଁ େହଉଥିବା େନଇ ଚାଞ୍ଚଲ୍ୟକର ଅଭିେଯାଗ ଆସିଛି। ଅଧିକ କିଛି ଟଙ୍କା ପାଇବା ଆଶାରେ ଏବେ ସେମାନେ ଛତିଶଗଡ଼କୁ ଆଖେଇଥିବା କୁହାଯାଉଛି। ରାଜ୍ୟ ସରକାରଙ୍କ ଖାଦ୍ୟ େଯାଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିତଣ୍ଡା ଯୁକ୍ତି ପ୍ରସଙ୍ଗକୁ ବିବାଦୀୟ ରୂପ େଦଇଛି। ମନ୍ତ୍ରୀ କହିଛନ୍ତି ଚଳିବ କିନ୍ତୁ କମ ଦରରେ କିଣିଲେ କାର୍ଯ୍ୟାନୁଷ୍ଠାନ। ଏହାକୁ େନଇ ବିେରାଧୀ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି।

ଓଡ଼ିଶା ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ କେନ୍ଦ୍ର ପାଖରେ ଦାବି କରିଆସୁଛନ୍ତି। କେନ୍ଦ୍ର ଓଡ଼ିଶା ସରକାରଙ୍କ ଏ ଦାବିକୁ କର୍ଣ୍ଣପାତ କରୁନି। ଠିକ୍ ଏମିତି ଏକ ସମୟରେ ଛତିଶଗଡ଼ର କଂଗ୍ରେସ ସରକାର କ୍ଷମତାକୁ ଆସୁଆସୁ ଧାନର ଏମ୍‌ଏସ୍‌ପିକୁ ୨୫୦୦ ଟଙ୍କା କରିଛନ୍ତି। ଏଣୁ ଓଡ଼ିଶା ସୀମାନ୍ତ ଜିଲ୍ଲା ଚାଷୀ ଏବେ ଛତିଶଗଡ଼ ବେପାରିଙ୍କୁ ଧାନ ବିକ୍ରି କରିବାକୁ ଆଗ୍ରହ େଦଖାଇେଲଣି।

ଶୁକ୍ରବାର ଏହି କଥାକୁ ପ୍ରକାରନ୍ତରେ ସ୍ବୀକାର କରିଛନ୍ତି ଖୋଦ ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଓଡ଼ିଶାରେ ପଞ୍ଜିକୃତ ହୋଇଥିବା ଚାଷୀ ଛତିଶଗଡ଼ ବେପାରୀଙ୍କୁ ଅଧିକ ଦରରେ ଧାନ ବିକିଲେ ଆପତ୍ତି ନାହିଁ। କିନ୍ତୁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଏମ୍‌ଏସପି ଠାରୁ କମ ମୂଲ୍ୟରେ ଓଡ଼ିଶାର ମିଲର କିଣିପାରିବେ ନାହିଁ। ଏହାଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି।

ମନ୍ତ୍ରୀଙ୍କ କଥାକୁ କିନ୍ତୁ ସହଜରେ ଗ୍ରହଣ କରିନାହାନ୍ତି ବିରୋଧୀ। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ତିନୋଟି ରାଜ୍ୟର ଜନାଦେଶରୁ ରାଜ୍ୟ ସରକାର କିଛି ବି ଶିଖିଲେନାହିଁ। ଓଡ଼ିଶା ସରକାର କେବଳ କୃଷି ବଜେଟ ଓ କୃଷି କ୍ୟାବିନେଟ କରି ଚାଷୀଙ୍କୁ ଭଣ୍ଡାଇଛନ୍ତି। କେନ୍ଦ୍ର ସରକାର ଧାନର ଏମଏସପି ବୃଦ୍ଧି ନକଲେ ବି ଓଡ଼ିଶା ସରକାର ଚାହିଁଲେ ଧାନର ଏମଏସପି ବୃଦ୍ଧି କରିପାରିଥାନ୍ତେ। ଏବେ ଯେଉଁ ଉଦାହରଣ ଛତିଶଗଡ଼ ସରକାର ସୃଷ୍ଟି କରିଛନ୍ତି ସେଥିରୁ ଓଡ଼ିଶା ସରକାର ଶିଖିବା ଦରକାର।

ବିଜେପି ବିଧାୟକ ପ୍ରଦୀପ ପୁେରାହିତଙ୍କ ଯୁକ୍ତି େହଉଛି, େକନ୍ଦ୍ର ସରକାର ୧୭୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ସେତିକି ଚାଷୀଙ୍କୁ କିଭଳି ଏହି ଅର୍ଥ ମିଳିବ, ତାହାକୁ ସରକାର ନିଶ୍ଚିତ କରିପାରିନାହାନ୍ତି। ବରଂ ଚାଷୀ ଅଭାବୀ ବିକ୍ରିର ଶୀକାର େହଉଛି। ଏଭଳି ପରିସ୍ଥିତିରେ ମନ୍ତ୍ରୀଙ୍କ ଉତ୍ତର ହାସ୍ୟାସ୍ପଦ। କାରଣ ମାଳମାଳ ଅଭିେଯାଗ ସାମ୍ନାକୁ ଆସିଥିଲେ ହେଁ, ସରକାର େଗାଟିଏ ବି େକ୍ଷତ୍ରରେ କାର୍ଯ୍ୟାନୁଷ୍ଠାନ େନଇନାହାନ୍ତି। ଓଡ଼ିଶାର ଚାଷୀ ଉଭୟ ପଟୁ କ୍ଷତିଗ୍ରସ୍ତ େବାଲି ଶ୍ରୀ ପୁରୋହିତ କହିଛନ୍ତି।

ଛତିଶଗଡ଼ ସରକାରଙ୍କ ଧାନ ମୂଲ୍ୟ ବୃଦ୍ଧି ପ୍ରଭାବ ଏବେ ଓଡ଼ିଶାର ୯ଟି ଜିଲ୍ଲାର ଚାଷୀଙ୍କୁ ପ୍ରଭାବିତ କରିଛି।ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ଚାଷୀ ଏବେ ଛତିଶଗଡ଼ ବେପାରିଙ୍କୁ ଧାନ ବିକିବାକୁ ଆଗ୍ରହ େଦଖାଉଛନ୍ତି।

ଚଳିତବର୍ଷ ଖରିଫ ଧାନ ସଂଗ୍ରହ ଗତ ନଭେମ୍ବର ୫ ତାରିଖରୁ ଆରମ୍ଭ ହୋଇଛି। ଗତବର୍ଷ ଅପେକ୍ଷା ୧ ଲକ୍ଷ ୩୦ ହଜାର ଚାଷୀ ଅଧିକ ପଞ୍ଜିକୃତ ହୋଇଛନ୍ତି। ଏବେ ପ୍ରଶ୍ନଉଠୁଛି, ଛତିଶଗଡ଼ ସରକାରଙ୍କ ଅଚାନକ ଧାନର ଏମ୍‌ଏସ୍‌ପି ବୃଦ୍ଧି ପରେ ଓଡ଼ିଶାର ଭାତହାଣ୍ଡି ଜିଲ୍ଲା ଭାବେ ଜଣାଶୁଣା ଏହି ୯ଟି ଜିଲ୍ଲାର ଧାନ ସଂଗ୍ରହ ଆଗକୁ ବାଧାପ୍ରାପ୍ତ େହାଇପାରେ।

ସମ୍ବନ୍ଧିତ ଖବର