ଗଞ୍ଜାମରେ ଧାନ କିଣା କେଳେଙ୍କାରୀ: ୧୦ ଚାକିରିରୁ ବିଦା, ୬ ନିଲମ୍ବିତ

ବ୍ରହ୍ମପୁର : ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଚାଷୀ ପଞ୍ଜୀକରଣ ଠାରୁ ଆରମ୍ଭ କରି ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଛି। ସୋସାଇଟି ସମ୍ପାଦକ, ଯୋଗାଣ ବିଭାଗ ଅଧିକାରୀ ଓ ମିଲର୍‌ଙ୍କ ସଲାସୁତୁରା ଯୋଗୁଁ ଧାନ କିଣାରେ ଏଭଳି ସ୍ଥିତି ଉପୁଜିଛି। ଏହି ଅନିୟମିତତା ପଦାକୁ ଆସିବା ପରେ ସମବାୟ ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ବେଳେ ଯୋଗାଣ ବିଭାଗ କିନ୍ତୁ ଚୁପ୍‌। ଚାଷୀ ପଞ୍ଜୀକରଣ ଠାରୁ ଇତି ମଧ୍ୟରେ ସମବାୟ ବିଭାଗ  ୧୬ଜଣ ସୋସାଇଟି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି।

ମୋଟାବାଡ଼ି ‌ସୋସାଇଟି ସମ୍ପାଦକ ବିନୋଦ କୁମାର ରାଉତ, ବଡ଼କୋଦଣ୍ଡା ସୋସାଇଟି ସମ୍ପାଦକ ଅଜିତ କୁମାର ବିଷୋୟୀ, ବି.ଡ଼ି.ସୋସାଇଟି ସମ୍ପାଦକ ବ୍ରଜ କିଶୋର ରଥ, କୁକୁଡ଼ାଖଣ୍ଡି ସୋସାଇଟି ସମ୍ପାଦକ ସମୀର କୁମାର ପଣ୍ଡା ଓ ଏସ୍‌.ଟିକର ପଡ଼ା ସୋସାଇଟି ସମ୍ପାଦକ ଚନ୍ଦ୍ରଧ୍ବଜ ସାହୁ ଓ ମହୁଡ଼ା ସୋସାଇଟିର ଆସିଷ୍ଟାଣ୍ଡ ସେକ୍ରୋଟରୀଙ୍କୁ ଚାକିରୀ ରୁ ନିଲମ୍ବିତ କରାଯାଇଛି। ସେହିପରି କେ.ରାଣୀପଡ଼ା ସୋସାଇଟିର ସମ୍ପାଦକ ଜୁରିଆ ନାହକ, ବାପୁଜୀ ସୋସଇଟିର ସମ୍ପାଦକ ସୌଭାଗ୍ୟ ପ୍ରଧାନ, କାଣ୍ଡସର ସୋସାଇଟିର ସମ୍ପାଦକ ଏସ୍‌.ରାଜାରାଓ ପାତ୍ର, ବିକ୍ରମପୁର ସୋସାଇଟିର ସମ୍ପାଦକ ଏସ୍‌.ଚନ୍ଦ୍ରଶେଖର ରାଓ ଓ କୋମଣ୍ଡ ସୋସାଇଟି ସମ୍ପାଦକ ଏସ୍‌.ଦୁର୍ଗାରାଓ ‌ଦୋରାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସେହିପରି ଗାଲେରି ସୋସାଇଟିର ଡାଟାଏଣ୍ଟ୍ରି ଅପରେଟର୍‌(ଡିଇଓ) ନୀଳାଞ୍ଚଳ ମିଶ୍ର, ତିତିସିଙ୍ଗି ସୋସାଇଟି ଡିଇଓ ବାବୁରାମ ସାହୁ, ସିଙ୍ଗିପୁର ସୋସାଇଟି ଡିଇଓ ଅଜିତ କୁମାର ବେହେରା, ରାଧାକୃଷ୍ଣ ସୋସାଇଟି ଡିଇଓ ମାନସ ସତପଥୀ ଓ ଏସ୍‌.ଟିକରପଡ଼ା ସୋସାଇଟି ଡ଼ିଇଓ ଦିଲ୍ଲୀପ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି।

ସମ୍ବନ୍ଧିତ ଖବର