ଝାରସୁଗୁଡ଼ା ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ

ଝାରସୁଗୁଡ଼ା: ଦୁଇଟି ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ । ଏଥିପାଇଁ ଫେବ୍ରୁଆରୀ  ୧୬ ଓ ୧୮ ଦୁଇଦିନ ଧାର୍ଯ୍ୟ ହୋଇଥିବା ନିର୍ବାଚନ ବିଜ୍ଞପ୍ତିରୁ ଜଣାଯାଇଛି। ପ୍ରଥମ ପର୍ଯ୍ୟାୟ ୧୬ ତାରିଖରେ ଲଇକେରା, କିର୍ମିରା ଏବଂ ଝାରସୁଗୁଡ଼ା ବ୍ଲକ ଏବଂ ଦ୍ବିତୀୟ ପର୍ଯ୍ୟାୟ ୧୮ ତାରିଖରେ କୋଲାବିରା ଓ ଲଖନପୁର ବ୍ଲକ୍‌ରେ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇଛି। ୧୬ ତାରିଖ ପ୍ରଥମ ପର୍ଯ୍ୟାୟରେ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ୨ ଜିଲ୍ଲା ପରିଷଦ, ୧୧ ଗ୍ରାମ ପଞ୍ଚାୟତ ଓ ୧୨୮ ଗୋଟି ୱାର୍ଡ ପାଇଁ ଭୋଟ ଗ୍ରହଣ ହେବ। ଏଥିରେ ୩୯,୬୬୬ ଭୋଟର ଭାଗ ନେବେ। କିର୍ମିରା ବ୍ଲକରେ ୧ ଜିଲ୍ଲା ପରିଷଦ, ୮ ଗ୍ରାମପଞ୍ଚାୟତ ଓ ୧୦୦ ୱାର୍ଡ଼ ପାଇଁ ଭୋଟ ହେବ ଓ ଏଥିରେ ୩୩୩୨୯ଭୋଟର ଭାଗ ନେବେ। ଝାରସୁଗୁଡ଼ା ବ୍ଲକରେ ୨ ଜିଲ୍ଲା ପରିଷଦ, ୧୭ ଗ୍ରାମ ପଞ୍ଚାୟତ, ୨୦୪ ୱାର୍ଡ଼ ପାଇଁ ଭୋଟ ହେବ ଓ ଏଥିରେ ୫୮୪୭୦ ଭୋଟର ଭାଗନେବେ।

ଦ୍ବିତୀୟ ପର୍ଯ୍ୟାୟ ୧୮ ତାରିଖ ଦିନ ଜିଲ୍ଲାର କୋଲାବିରା ବ୍ଲକର ଗୋଟିଏ ଜିଲ୍ଲା ପରିଷଦ, ୯ ଗ୍ରାମ ପଞ୍ଚାୟତ, ୧୧୫ ୱାର୍ଡ଼ରେ ଭୋଟ ଗ୍ରହଣ ହେବ ଓ ଏଥିରେ ୩୭୨୬୭ ଭୋଟର ଭାଗନେବୋ ଲଖନପୁର ବ୍ଳକର ୩ ଜିଲ୍ଲା ପରିଷଦ, ୩୩ ଗ୍ରାମ ପଞ୍ଚାୟତ, ୩୮୯ ୱାର୍ଡ଼ ପାଇଁ ଭୋଟଗ୍ରହଣହେବ ଓ ଲଥିରେ ୧୦୮୧୯୦ ଭୋଟର ଭାଗନେବେ।

ସମ୍ବନ୍ଧିତ ଖବର