ଅନାସ୍ଥାକୁ ସରପଞ୍ଚଙ୍କ ବିରୋଧ, ତ୍ରିସ୍ତରୀୟ ପଞ୍ଚାୟତ ପରିଷଦର ବିକ୍ଷୋଭ

ଭୁବନେଶ୍ୱର : ଅନାସ୍ଥାଙ୍କୁ ସରପଞ୍ଚଙ୍କ ଭୟ। ୫ ବର୍ଷ ପାଇଁ ସରପଞ୍ଚଙ୍କୁ ସାଧାରଣ ଜନତା ନିର୍ବାଚିତ କରୁଥିବା ବେଳେ ରାଜନୈତିକ ଷଡ଼ଯନ୍ତ୍ର କରି ମାତ୍ର କେତୋଟି ହାତଗଣତି ଓ୍ଵାର୍ଡମେମ୍ବର ଅନାସ୍ଥା ଆଣି ଗାଦିଚ୍ୟୁତ କରାଉଛନ୍ତି। ଯାହା ଏହି ଜନନେତାମାନଙ୍କୁ ଅପମାନିତ କରୁଛି ବୋଲି ଅଭିଯୋଗ କରିଛନ୍ତି ସରପଞ୍ଚ। ଏଣୁ ଏହି କୁତ୍ସିତ ପ୍ରଥାକୁ ହଟା ଯିବା ଦାବିରେ ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ ସରପଞ୍ଚ ମହାସଂଘ ଆଜି ରେଳଷ୍ଟେସନ୍‌ରୁ ଶୋଭାଯାତ୍ରାରେ ଆସି ଧାରଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏହି ଅନାସ୍ଥା ଉଚ୍ଛେଦ ଦାବି ସହ ମାସିକ ଭତ୍ତା ୧୮୮୦ରୁ ୧୦ ହଜାରକୁ ବୃଦ୍ଧି, ଅବସରକାଳୀନ ୨ହଜାର ମାସିକ ଭତ୍ତା, ହାତପାଣ୍ଠି, ତ୍ରିସ୍ତରୀୟ ପଞ୍ଚାୟତିରାଜ୍‌ ବ୍ୟବସ୍ଥା ମୁତାବକ ୨୯ ବିଭାଗକୁ ପଞ୍ଚାୟତକୁ ହସ୍ତାନ୍ତର, ମାଗଣା ସ୍ୱାସ୍ଥ୍ୟସେବା ସହ ଦୈବୀ ଦୁର୍ବିପାକରେ କ୍ଷତିପୂରଣ, ମହାସଂଘର ରାଜ୍ୟ କାର୍ଯ୍ୟାଳୟ ପାଇଁ ସରକାରୀ ଘର ଯୋଗାଣ, ଗ୍ରାମ ପଞ୍ଚାୟତରୁ ଭିଏଲ୍‌ଏଲ୍‌ ଉଚ୍ଛେଦ ଆଦି ଦାବିରେ ମହାସଂଘର ସଭାନେତ୍ରୀ ପୁଷ୍ପା ନାଏକଙ୍କ ନେତୃତ୍ୱରେ ରାଜ୍ୟ ଆବାହକ ଦିଗମ୍ବର ଜେନା,  କେନ୍ଦୁଝରର ଅଖିଳ ଚନ୍ଦ୍ର ନାଏକ, କଟକର ପଙ୍କଜ ସାହୁ, ପୁରୀର ପ୍ରକାଶ ଧଳ, ଖୋର୍ଦ୍ଧାର ଶେଷ ଦେବ ପ୍ରଧାନ, ଗଜପତିର ଜୋହନ ଦଳବେହେରା, ନବରଙ୍ଗପୁରର ସୂର୍ଯ୍ୟ ରନ୍ଧାରୀ, କୋରାପୁଟର ଭଗବାନ ବୁୁଦଲି, ବାଲେଶ୍ୱରର ତ୍ରିଲୋଚନ ପାଣିଗ୍ରାହୀ, କଳାହାଣ୍ଡିରୁ ରବୀନ୍ଦ୍ର ସାହୁ, ଅନୁଗୋଳରୁ ଅକ୍ଷୟ ପାଣି, ସୋନପୁରରୁ ପ୍ରକାଶ ସାହୁ, ବରଗଡ଼ରୁ ପ୍ରମୋଦ ସାହା, ଅନୀତା ପଟେଲ, ଯାଜପୁରରୁ ସୁଜିତ ମହାନ୍ତି, ଜ୍ୟୋତିର୍ମୟୀ ମହାପାତ୍ର, ବାଷ୍ପଲତା ପ୍ରଧାନ, ଅଭିମନ୍ୟୁ ପଣ୍ଡା, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ, କଳ୍ପନା ମାରାଣ୍ଡି, ଲୋହିତ ଧରୁଆ, ପ୍ରଫୁଲ୍ଲ ନାଏକ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର