କୋଣାର୍କ ମନ୍ଦିର ପରିସରରୁ ପାର୍କଂ ଫି ଆଦାୟ ଉପରେ ରହିତାଦେଶ

କଟକ : କୋଣାର୍କ ମନ୍ଦିର ପାର୍ଶ୍ବବର୍ତ୍ତୀ ଗାଡି ପାର୍କି˚ ସ୍ଥାନରୁ ଇଣ୍ତିଆନ ଅଏଲ କର୍ପୋରେସନ ଲିମିଟେଡ(ଆଇଓସିଏଲ) ନାଁରେ ଏକ ଏଜେନ୍ସି ଦ୍ବାରା ପାର୍କିଂ ଫି ଆଦାୟ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପାର୍କିଂ ଫି ଆଦାୟକୁ ବିରୋଧ କରି ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁକ୍ତେଶ୍ବର ସ୍ବାଇଁଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟଜିତ ବେହେରା, ଅଭିଜିତ ମିଶ୍ର ଓ କୋଣାର୍କ ଏନଏସି ତରଫରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଛନ୍ତି।

ମାମଲାରେ ନଗର ଉନ୍ନୟନ ବିଭାଗ, ପୁରୀ ଜିଲ୍ଲାପାଳ, କୋଣାର୍କ ଏନଏସି, ଆଇଓସିଲ, ଏସଆଇଏସ ସିକ୍ୟୁରିଟି ସ˚ସ୍ଥାକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର