୧୭୧ ପଞ୍ଚାୟତ ପାଇଁ ୧୭୪୬ ପ୍ରକଳ୍ପ ମଞ୍ଜୁର

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର: ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୮ଟି ଜିଲ୍ଲାର ୧୦ଟି ବ୍ଲକ୍‌ର ୧୭୧ ପଞ୍ଚାୟତ ପାଇଁ ୧୭୪୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ବରଗଡ଼ ଜିଲ୍ଲାର ବରପାଲୀ, ପୁରୀ ଜିଲ୍ଲାର ବ୍ରହ୍ମଗିରି, ରାୟଗଡ଼ା ଜିଲ୍ଲାର କାଶୀପୁର, ସମ୍ବଲପୁର ଜିଲ୍ଲାର ବାମରା, କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଓ କୋଟପାଡ଼, କେନ୍ଦୁଝର ଜିଲ୍ଲାର ପାଟଣା, କଳାହାଣ୍ଡି ଜିଲ୍ଲାର କରଲାମୁଣ୍ଡା, ମୟୂରଭଞ୍ଜ ଜିଲ୍ଲାର ଉଦଳା ଓ ରାଇରଙ୍ଗପୁର ବ୍ଲକ୍‌। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୩୮.୪୫ କୋଟି ଟଙ୍କା। ବରପାଲୀ ବ୍ଲକ୍‌ର ୨୩ଟି ପଞ୍ଚାୟତ ପାଇଁ ୩.୯୧ କୋଟି ଟଙ୍କାରେ ୨୨୯ଟି ପ୍ରକଳ୍ପ, ବ୍ରହ୍ମଗିରି ବ୍ଲକ୍‌ର ୨୪ଟି ପଞ୍ଚାୟତ ପାଇଁ ୫.୬୩ କୋଟି ଟଙ୍କାରେ ୩୬୯ଟି ପ୍ରକଳ୍ପ, କାଶୀପୁର ବ୍ଲକ୍‌ର ୨୪ଟି ପଞ୍ଚାୟତ ପାଇଁ ୫ କୋଟି ଟଙ୍କାରେ ୨୧୩ଟି ପ୍ରକଳ୍ପ, ବାମରା ବ୍ଲକ୍‌ର ୧୭ଟି ପଞ୍ଚାୟତ ପାଇଁ ୩.୭୧ କୋଟି ଟଙ୍କାରେ ୧୬୮ଟି ପ୍ରକଳ୍ପ, ଲକ୍ଷ୍ମୀପୁର ବ୍ଲକ୍‌ର ୧୩ଟି ପଞ୍ଚାୟତ ପାଇଁ ୩.୪୧ କୋଟି ଟଙ୍କାରେ ୧୭୫ଟି ପ୍ରକଳ୍ପ, କୋଟପାଡ଼ ବ୍ଲକ୍‌ର ୧୭ଟି ପଞ୍ଚାୟତ ପାଇଁ ୪.୩୪ କୋଟି ଟଙ୍କାରେ ୧୫୮ଟି ପ୍ରକଳ୍ପ, ପାଟଣା ବ୍ଲକ୍‌ର ୨୦ଟି ପଞ୍ଚାୟତ ପାଇଁ ୪.୮୦ କୋଟି ଟଙ୍କାରେ ୧୦୪ଟି ପ୍ରକଳ୍ପ, କରଲାମୁଣ୍ଡା ବ୍ଲକ୍‌ର ୧୨ଟି ପଞ୍ଚାୟତ ପାଇଁ ୨.୪୦ କୋଟି ଟଙ୍କାରେ ୧୩୯ଟି ପ୍ରକଳ୍ପ, ଉଦଳା ବ୍ଲକ୍‌ର ୧୨ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୯୫ଟି ପ୍ରକଳ୍ପ ଏବଂ ରାଇରଙ୍ଗପୁର ବ୍ଲକ୍‌ର ୯ଟି ପଞ୍ଚାୟତ ପାଇଁ ୨.୨୫ କୋଟି ଟଙ୍କାରେ ୯୬ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୧୭୫ଟି ବ୍ଲକ୍‌ର ୩୮୮୮ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ୩୫୮୫୮ଟି ପ୍ରକଳ୍ପ ପାଇଁ ୮୮୨.୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର