ବାତ୍ୟା ‘ଫନି’ ପରେ ବିଭିନ୍ନ ସ୍ଥାନକୁ ପୁଣି ଚାଲିଲା ପାସେଞ୍ଜର ଟ୍ରେନ୍‌

ଭୁବନେଶ୍ୱର: ଦୀର୍ଘ ୬ ଦିନ ପରେ ଗୁରୁବାର ଠାରୁ ପୁଣି ଥରେ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରିଛି। ଗତ ୩ ତାରିଖ ଦିନ ସକାଳୁ ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁଁ ପୂର୍ବତଟ ରେଳବାଇ ପକ୍ଷରୂ ସମସ୍ତ ଟ୍ରେନ୍‌କୁ ବାତିଲ କରି ଦିଆଯାଇଥିଲା। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଜି ଠାରୁ କିଛି ପାସେଞ୍ଜର ଟ୍ରେନ୍‌ର ସେବା ରାଜ୍ୟ ଓ ରାଜ୍ୟ ବାହାରକୁ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ରିପୋର୍ଟ ଅନୁସାରେ ଖଡ଼ଗପୁର-ଯାଜପୁର-କେନ୍ଦୁଝରରୋଡ ପାସେଞ୍ଜର ଆଜି ଠାରୁ ପୁଣି ଆରମ୍ଭ ହୋଇ ଯାଇଛି। ଖଡ଼କପୁର-ଭଦ୍ରକ, ବାଲେଶ୍ୱର-ଭଦ୍ରକ, ହାଓ୍ଵଡା-ଭଦ୍ରକ ପାସେଞ୍ଜର, ଭଦ୍ରକ-ଭୁବନେଶ୍ୱର ମେମୁ, କଟକ-ପଲାସା, କଟକ-ଇଚ୍ଛାପୁରମ ପାସେଞ୍ଜର ଚାଲିଛି।

ସେହିପରି ଅନୁଗୁଳ-ପୁରୀ ମେମୁ, ଭୁବନେଶ୍ୱର-ବ୍ରହ୍ମପୁର ମେମୁ ଟ୍ରେନ ପୁଣି ଥରେ ଚାଲିଛି। ଭୁବନେଶ୍ୱର-ପଲାସା ମେମୁ, ପଲାସା-ବିଶାଖାପାଟଣା ପାସେଞ୍ଜର ଚାଲିଛି। ଦୀର୍ଘ ୬ ଦିନ ଯାଏଁ ଟ୍ରେନ ସେବା ପୁଣି ଥରେ ଆରମ୍ଭ ହୋଇଥିବାରୁ ଯାତ୍ରୀମାନଙ୍କ ମନରେ ଉତ୍ସାହ ଦେଖାଯାଇଛି। ପାସେଞ୍ଜର ଟ୍ରେନ୍‌ରେ ମୁଖ୍ୟତଃ କମ ଦୂର ଯାଉଥିବା ଲୋକଙ୍କୁ ସୁବିଧା ହୋଇଥାଏ।

ସମ୍ବନ୍ଧିତ ଖବର