ନବରଙ୍ଗପୁରରେ ପତଞ୍ଜଳୀ ଷ୍ଟୋର ପକ୍ଷରୁ ଗ୍ରାହକଙ୍କୁ ମାଗଣା ସାନିଟେରୀ ପ୍ରଦାନ

ନବରଙ୍ଗପୁର : ନବରଙ୍ଗପୁର ପତଞ୍ଜଳୀ ଷ୍ଟୋର ପକ୍ଷରୁ ଗ୍ରାହକଙ୍କୁ ଆଲକୋହଲିକ ମୁକ୍ତ ସେନିଟେରୀ ଗ୍ରାହକଙ୍କୁ ମାଗଣାରେ ଯୋଗାଇଦେଇଛନ୍ତି। ଷ୍ଟୋର ପରିଚାଳିକା ସୁଷମା ଜୈନ କହିଛନ୍ତି ଯେ ବଜାରରେ ସେନିଟାଇଜରର ଅଭାବ ଦେଖାଦେଇଛି। ବାବା ରାମ ଦେବଙ୍କ ପ୍ରେରଣା ପାଇ ସେ ନିଜ ଷ୍ଟୋରରେ ଏକ ଅଲକୋହଲିକ ମୁକ୍ତ ସେନିଟାଇଜର ନିର୍ମାଣ କରି ଗ୍ରାହକଙ୍କୁ ମାଗଣାରେ ପ୍ରଦାନ କରିଛନ୍ତି।

ଆଜି ପ୍ରାୟ ୩ଶହ ଗ୍ରାହକଙ୍କୁ ମାଗଣାରେ ଏହି ସାନିଟାଇଜର ବୋତଲ ପ୍ରଦାନ କରିଥିବାର କହିଛନ୍ତି। ପାରମ୍ପରିକ ପଦ୍ଧତିରେ ତୁଳସି, ନିମପତ୍ର ଓ ଆଲୋବିରାକୁ ଶିଝାଇ ସେଥିରେ କର୍ପୁର ମିଶାଇ ସେ ଏହି ସାନିଟାଇଜର ପ୍ରସ୍ତୁତ କରିଛନ୍ତି। ଆସନ୍ତାକାଲି ବି ସେମାନଙ୍କ ଗ୍ରାହକଙ୍କୁ ମାଗଣାରେ ଏହି ସାନିଟାଇଜର ପ୍ରଦାନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର