ଚିକିତ୍ସାଳୟ ବାରଣ୍ଡାରେ ପ୍ରାଣ ହରାଇବା ଘଟଣା : ଫାର୍ମାସିଷ୍ଟ କାର୍ଯ୍ୟରୁ ଅନ୍ତର, ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତି ଛଟପଟ ହୋଇ ପ୍ରାଣ ହରାଇବାର ହୃଦୟ ବିଦାୟକ ଦୃଶ୍ୟ ସମଗ୍ର ଜିଲ୍ଲା ସମେତ ରାଜ୍ୟକୁ ଆନ୍ଦୋଳିତ କରିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ଆଜି ସେହି ଦିନ ଡିୟୁଟିରେ ଥିବା ଫାର୍ମାସିଷ୍ଟଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ବେଳେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏ ସଂପର୍କରେ ଜିଲ୍ଲାପାଳ ଭୂମେଶଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଲେ, ଚିକତ୍ସାଳୟରେ ଘଟିଥିବା ଘଟଣାର ତଦନ୍ତ ପାଇଁ ସିଡିଏମ୍‌ଓଙ୍କ ତତ୍ତ୍ବାବଧାନରେ ଏକ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଦିନ ଡିୟୁଟିରେ ଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରାଯାଇଛି ଏବଂ କାର୍ଯ୍ୟରତ ଫାର୍ମାସିଷ୍ଟ ଶୁଭସ୍ମିତା ସାହୁଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର