ଲକ୍ଷ୍ମୀ ବସ୍‌ର ମଦ୍ୟପ ଚାଳକଙ୍କୁ ପୁଲିସରେ ଜିମା ଦେ‌ଲେ ଲୋକେ

ଭୁବନେଶ୍ବର: ରାଜ୍ୟର ଗ୍ରାମାଞ୍ଚଳରେ ପରିବହନ କ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ସରକାର ଲକ୍ଷ୍ମୀ ବସ୍‌ ସେବା ଯୋଗାଇ ଦେଇଛନ୍ତି। ତେବେ ରାଜ୍ୟ ସରକାରଙ୍କ ଏହି ବସ୍‌ ସେବାରେ ବିଭ୍ରାଟ ଦେଖିବାକୁ ମିଳୁଛି। ଅନୁଗୁଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ଜଣେ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଇ ଧରାପଡ଼ିଛନ୍ତି। ସ୍ଥାନୀୟ ଲୋକେ ସଂପୃକ୍ତି ଲକ୍ଷ୍ମୀ ବସ୍ ଡ୍ରାଇଭର ଙ୍କୁ ପୁଲିସ ନିକଟରେ ଜିମା ଦେଇଛନ୍ତି।

ସୂଚନା ଅନୁସାରେ ଆଜି ଏକ ଲକ୍ଷ୍ମୀବସ୍‌ ବଅଁରପାଳରୁ ବଡ଼କେରୋଜାଙ୍ଗ ଗାଁକୁ ଯାଉଥିଲା। ଏହି ବସ୍‌ରେ ପାଖାପାଖି ୧୫ରୁ ୨୦ ଜଣ ଯାତ୍ରୀ ଥିଲେ। ତେବେ ବସ୍ ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜାଣିବାକୁ ଯାଇଥିଲେ ଏଥିରେ ଯାତ୍ରା କରୁଥିବା କିଛି ମହିଳା। ସେମାନେ ଗୋଳାବନ୍ଧ ଛକ ନିକଟରେ ବସ୍‌କୁ ଅଟକାଇ ଥିଲେ। ଯାତ୍ରୀମାନଙ୍କ ସମ୍ପର୍କୀୟ ଡ୍ରାଇଭରଙ୍କୁ ଧରିବା ପରେ ପୁଲିସ ନିକଟରେ ଜିମା ଦେଇଛନ୍ତି। ସରକାରୀ ବସ୍‌ରେ ମଦ୍ୟପ ଚାଳକଙ୍କ ନିଯୁକ୍ତିକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର