ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ! ଏମିତ ଘରେ ବିତୁଛି ଜୀବନ

ଭଦ୍ରକ: ଯୋଗ୍ୟ ହିତାଧିକାରୀଙ୍କୁ ଭଦ୍ରକ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ମିଳୁନି। ଗରିବ ତଥା ଅସହାୟ ଲୋକମାନେ ସରକାରଙ୍କର ଏଇ ଆବାସ ଯୋଜନା ପାଇବା ପାଇଁ ଅପେକ୍ଷା କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଅନେକ ଗରିବ ଲୋକ ଭଙ୍ଗା ଚାଳ ଘରେ ଜୀବନ ବିତାଉଥିବା ବେଳେ ଏଇ ଲୋକଙ୍କୁ କାହିଁକି ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି।

ଅଭିଯୋଗରୁ ପ୍ରକାଶ ଯେ, ଭଦ୍ରକ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମ ପଞ୍ଚାୟତର ଜେନା ସାହିରେ ବହୁ ଗରିବ ଶ୍ରେଣୀର ଲୋକ ରହିଛନ୍ତି, ଯେଉଁମାନେ ଘର ଖଣ୍ଡେ ପାଇବା ପାରଇଁ ବାରଂବାର ପଞ୍ଚାୟତ ଅଫିସ୍ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି। ମାତ୍ର ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ। ଏହି ଗ୍ରାମର ସମ୍ବୁନଥ ବେହେରା, ସନ୍ତୋଷ ବେହେରା, ବାସୁଦେବ ଜେନା, ସିନାଲତା ଜେନା, ବାସନ୍ତୀ ଜେନା, ସୁଜାତା ଜେନା, ପିଙ୍କି ଜେନା, ରଂଜିତା ଜେନା, ସୁନିତା ଜେନା, ସତ୍ୟାନନ୍ଦ ଜେନା, ସୁମ ଜେନା, ରଂଜନ ଜେନା, ବୈଷ୍ଣବ ଜେନାଙ୍କୁ ଆବାସ ‌ ଯୋଜନାରୁ ବଞ୍ଚିତ କରାଯାଇଛି।

ହରିପୁର ପଞ୍ଚାୟତର ଏହି ଲୋକମାନେ ଚାଳ ଛପର ଘରେ ରହୁ ଥିବା ବେଳେ ଏମାନେ ମଧ୍ୟ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ। ତଥାପି ଏଇ ଲୋକଙ୍କ ପ୍ରତି ସରକାର ସଦୟ ହେଉ ନାହାନ୍ତି କାହିଁକି। ଏହି ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ସ୍ଥାନୀୟ ୯ ନମ୍ବର ୱାର୍ଡର ୱାର୍ଡ ସଭ୍ୟ ତାପସ ମହାକୁଡ ପ୍ରଶାସନ ନିକଟରେ ଗଣମାଧ୍ୟମ ଜରିଆରେ ଦାବି ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପା‌ଇବା ପାଇଁ ଯେଉଁ ଲୋକମାନେ ଯୋଗ୍ୟ। ସେମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମ ଆବସ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଶ୍ରୀ ମହାକୁଡ ଦାବି କରିଛନ୍ତି। କେବଳ ଏଇ ଗୋଟିଏ ପଞ୍ଚାୟତରେ ଏଭଳି ଘଟଣା ଘଟିଛି ତାହା ନୁହେଁ। ଭଦ୍ରକ ବ୍ଲକରେ ୩୬ ପଞ୍ଚାୟତରେ ଏଇଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁମାନେ ଯୋଗ୍ୟ, ସେମାନଙ୍କୁ ଅଣଦେଖା କରାଯାଉଛି। ରାଜନୈତିକ ଚକ୍ରବ୍ୟୁହ ଭିତରେ ଅନେକ ଗରିବ ଲୋକ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର