ପିପିଲି ବାଣ ବିସ୍ଫୋରଣ ଘଟଣା : ଏସ୍‌ସିବିରେ ଜଣଙ୍କର ମୃତ୍ୟୁ

କଟକ : ଦୀପାବଳି ପୂର୍ବରୁ ବାଣ ବିସ୍ଫୋରଣର ଶିକାର ହୋଇଥିବା ପିପିଲିର ବଚନ ବେହେରା (୧୮)ଙ୍କର ଆଜି କଟକ ବଡ଼ ମେଡିକାଲ୍‌ରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବାଣ ବିସ୍ଫୋରଣରେ କଟକ ବଡ଼ ମେଡିକାଲ୍‌ରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ବାଲିପଡ଼ାର ବାସିନ୍ଦା ବଚନଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲାବେଳେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଅନ୍ୟ ୩ଜଣ ଆହତଙ୍କ ସହ ତାଙ୍କୁ ମଧ୍ୟ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଆଜି ଅପରାହ୍ନରେ ବଚନଙ୍କ ମୃତ୍ୟୁ ହୋଇଥିବା ମେଡିକାଲ୍‌ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ଟୁଲା ବେହେରା ଓ ଅମିତ ବେହେରାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ଥିବାବେଳେ ସିଦ୍ଧାନ୍ତ ବେହେରାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଇଛି। ଗତକାଲି ବାଲେଶ୍ୱରରୁ ଆଉ ତିନିଜଣ ଆହତଙ୍କୁ ବଡ଼ ମେଡିକାଲ୍‌ ଅଣାଯାଇଛି। ଲକ୍ଷ୍ମଣ ବେହେରା, ଶରତ ପରିଡ଼ା, ନିଶିତ କୁମାର ବେହେରା ଏଠାରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର