ଯୁକ୍ତ୨ ପୁନଃଯାଞ୍ଚ ବାଟ ଖୋଲିଲା

ଭୁବନେଶ୍ବର : ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଛାତ୍ରଛାତ୍ରୀଙ୍କ ପୁନଃଯାଞ୍ଚ ତଥା ପୁନର୍ମୂଲ୍ୟାୟନ ଲାଗି ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତାକାଲି(ସୋମବାର)ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପୂର୍ବାହ୍ନରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ। ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଏହାର ସବିଶେଷ ତଥ୍ୟ ପରିଷଦ ୱେବସାଇଟ୍‌ରେ ଉପଲବ୍ଧ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ଦାଶ କହିଛନ୍ତି। ସେହିପରି ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ବିଭାଗରେ କମ୍ପାଟମେଣ୍ଟାଲରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ହେବାକୁ ଥିବା ଇନ୍‌ଷ୍ଟାଣ୍ଟ ପରୀକ୍ଷା ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଛାତ୍ରଛତ୍ରୀ କେବେଠାରୁ ଫର୍ମ ପୂରଣ କରିବେ? କେବେ ପରୀକ୍ଷା ହେବ? କେ‌ତେ ପିଲା ପରୀକ୍ଷା ଦେବେ? ସେନେଇ ପରିଷଦ ୱେବସାଇଟ୍‌‌‌‌‌ରେ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର