ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା: ଫର୍ମପୂରଣ ଅବଧି ବଢ଼ିଲା

ଭୁବନେଶ୍ବର: ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଲାଗି ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ଫର୍ମପୂରଣ ପ୍ରକ୍ରିୟା ଶେଷ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଏହି ପରୀକ୍ଷା ପାଇଁ ୨୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ‌ପରୀକ୍ଷା ପାଇଁ ଯୋଗ୍ୟ ଥିବା କେତେଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ନ ଥିବା ଜଣାପଡ଼ିବା ପରେ ଏବେ ଆବେଦନ ସମୟ ସୀମାକୁ ଆଉ ୩ ଦିନ ବଢ଼ାଇ ଦିଆଯାଇଛି। ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫର୍ମପୂରଣ କରିବା ସହ ଏସ୍‌ବିଆଇ କଲେକ୍ଟ ମାଧ୍ୟମରେ ପରୀକ୍ଷା ଫି’ ଦାଖଲ କରିପାରିବେ। ଏହାପରେ କୌଣସି ପରିସ୍ଥିତିରେ ଆଉ ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫର୍ମ ଆନେକ୍ସର-୨, ଏସ୍‌ବି କଲେକ୍ଟ ରିସିପ୍ଟ, ‌ମାର୍କସିଟ୍‌ ଜେରକ୍ସ କପି ଆଦି ଅକ୍ଟୋବର ୩ରୁ ୫ ପର୍ଯ୍ୟନ୍ତ ପରୀକ୍ଷା ନିୟନ୍ତ୍ରକଙ୍କ ଇ-ମେଲ୍‌ରେ ପଠାଇପାରିବେ। କୋଭିଡ୍‌-୧୯ ସଂକ୍ରମଣ ଦୃଷ୍ଟିରୁ ପରିଷଦ କାର୍ଯ୍ୟାଳୟକୁ ଆସି ହାର୍ଡ କପି ଦାଖଲ କରିବାର କୌଣସି ଆବଶ୍ୟକତା ନାହିଁ।

ସମ୍ବନ୍ଧିତ ଖବର