+୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଲା: କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଜୁନିଅର କଲେଜ ଆଗରେ

ଭୁବନେଶ୍ବର: ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି। ଏଥର ରାଜ୍ୟରେ ରେଭେନ୍ସା ଜୁନିଅର କଲେଜ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ଥିବା ଜଣାଯାଇଛି।  ମିଳିଥିବା ସୂଚନା ଅନୁଯାୟୀ, ରେଭେନ୍ସାରେ କଳାରେ କଟ୍ ଅଫ୍ ମାର୍କ ୭୨.୫ ପ୍ରତିଶତ ରହିଛି। ଠିକ୍ ସେହିପରି ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜରେ କଟ୍ ଅଫ୍ ମାର୍କ ୮୯% ଓ ବାଣିଜ୍ୟରେ ୭୫.୮୩% ରହିଛି। ଅପରପକ୍ଷରେ ବିଜ୍ଞାନରେ ଦ୍ବିତୀୟ ସ୍ଥାନରେ ବିଜେବି  ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ରହିଛି ୮୮.୬%। ବିଜ୍ଞାନରେ ତୃତୀୟ ସ୍ଥାନରେ ବ୍ରହ୍ମପୁର ନୀଳକଣ୍ଠନଗରର ସରସ୍ବତୀ ବିଦ୍ୟାମନ୍ଦିର  କଟ୍ ଅଫ୍ ମାର୍କ ରହିଛି ୮୬.୬୭% ରହିଛି।

କଳାରେ ରେଭେନ୍ସା ଜୁନିଅର କଲେଜ ତଳକୁ ଦ୍ବିତୀୟ ସ୍ଥାନରେ  ବିଜେବି  ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ରହିଛି ୭୧.୮୩ %। ଅପରପକ୍ଷରେ ତୃତୀୟ ସ୍ଥାନରେ ରାଉରକେଲାର ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ରହିଛି ୬୭,୮୩% ରହିଛି।

ବାଣିଜ୍ୟରେ ରେଭେନ୍ସା ଜୁନିଅର କଲେଜ ତଳକୁ ଦ୍ବିତୀୟ ସ୍ଥାନରେ ରାଉରକେଲାର ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ରହିଛି ୭୫.୫% ରହିଛି। ତୃତୀୟ ସ୍ଥାନରେ ଥିବା ବିଜେବି  ହାୟର୍ ସେକେଣ୍ଡାରି ସ୍କୁଲରେ କଟ୍ ଅଫ୍ ମାର୍କ ରହିଛି ୭୪ %।

ଏ ସଂପର୍କିତ ସଂପୂର୍ଣ୍ଣ ବିବରଣୀ ଷ୍ଟୁଡେଣ୍ଟସ୍ ଏକାଡେମିକ୍ ମ୍ୟାନେଜମେଣ୍ଟ୍ ସିଷ୍ଟମ୍ ( ସାମସ୍) https://samsodisha.gov.in/Juniorweb.aspx  ୱେସାଇଟରେ ରହିଛି। ନିମ୍ନରେ ବିଭିନ୍ନ ବିଭାଗର କଟ-ଅଫ୍ ମାର୍କ ଆଧାରିତ ଶ୍ରେଷ୍ଠ ୧୦ ଶିକ୍ଷାନୁଷ୍ଠାନର ତାଲିକା ଦିଆଯାଇଛି ।

ସମ୍ବନ୍ଧିତ ଖବର