ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ତାଳଚେରରେ ପହଞ୍ଚିଛନ୍ତି। ପ୍ରଧାନେମନ୍ତ୍ରୀ ଶ୍ରୀ ମୋଦି ଓ ରାଜ୍ୟପାଳ ଗଣେଶୀ ଲାଲ ତାଳଚେରଠାରେ ପହଞ୍ଚିିବା ପରେ ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକୁ ସ୍ୱାଗତ କରିଥିଲେ। ପରେ ସେଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶର ପ୍ରଥମ କୋଇଲାରୁ ଗ୍ୟାସ ଆଧାରିତ ସାରକାରଖାନାର ଶିଳାନ୍ୟାସ କରିଥିଲେ। ତାଳଚେର ସାରକାରଖାନାର ପୁନରୁଦ୍ଧାର ସହିତ ୧୩ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାସ୍ତାବିତ ଏହି କାରଖାନାରୁ ବାର୍ଷିକ ୧.୨୭ ମିଲିୟନ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ, ସହିତ ପ୍ରାୟ ୪ହଜାର ୫ଶହ ଜଣଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ନିଯୁକ୍ତି ଯୋଗାଇ ଦିଆଯିବାର ପରିକଳ୍ପନା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଏହି ଶିଳାନ୍ୟାସ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ପ୍ରମୁଖ ଉପସ୍ଥିିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
୩୬ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ : ପ୍ରଧାନମନ୍ତ୍ରୀ
ଶିଳାନ୍ୟାସ ଉତ୍ସବରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ ଯେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦେଶର ପ୍ରଥମ କୋଇଲାରୁ ଗ୍ୟାସ ଆଧାରିତ ସାରକାରଖାନାର କାର୍ଯ୍ୟ ଶେଷ ହୋଇ ଉତ୍ପାଦନ ଆରମ୍ଭ ହେବ। ତାଳଚେର ସାରକାରଖାନାର ପୁନରୁଦ୍ଧାର ପାଇଁ ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ବନ୍ଦ ହୋଇଥିବା ଏହି ସାରକାରଖାନାକୁ କାର୍ଯ୍ୟକ୍ଷମ କରିବା ପାଇଁ ସଙ୍କଳ୍ପ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
ବୈଷୟିକ କାରୀଗରି କୌଶଳର ବ୍ୟବହାର କରି କୋଇଲାରୁ ସାର ଉତ୍ପାଦନ ସହତ ଏହି ପ୍ରକଳ୍ପ ଯୋଗୁଁ ସାଢ଼େ ୪ ହଜାର ଯୁବକ ନିଯୁକ୍ତି ସୁଯୋଗ ପାଇବେ। ଆସନ୍ତା ୩୬ ମାସ ମଧ୍ୟରେଏହି କାରଖାନାରୁ ଉତ୍ପାଦନ ଆରମ୍ଭ ହେବ। ସେତେବେଳେ ସେ ଆସି ଏହାର ଉଦ୍ଘାଟନ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀମୋଦି କହିଛନ୍ତି।
୫୦ ପ୍ରତିଶତ ଉତ୍ପାଦିତ ୟୁରିଆ ଓଡ଼ିଶା ଚାଷୀଙ୍କୁ ମିଳୁ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦେଶର ପ୍ରଥମ କୋଇଲାରୁ ଗ୍ୟାସ ଆଧାରିତ ସାରକାରଖାନା ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଉଦ୍ୟମ କରିଛନ୍ତି, ସେଥିପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହି ସକାରଖାନାରୁ ଉତ୍ପାଦିତ ୟୁରିଆରର ୫୦ ପ୍ରତିଶତ ଓଡ଼ିଶାର ଚାଷୀମାନେ ଯେପରି ପାଇବ ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଅନୁରୋଧ କରିଛନ୍ତି।