ଦୁଇ ବୋଲେରୋ ଚୋରକୁ ବାନ୍ଧିଲା ପୁଲିସ

୨ ବୋଲେରୋ, ମୋଟରବାଇକ୍‌ ଜବତ

ରାଉରକେଲା: ଝିରପାଣି ପୁଲିସ ଦୁଇ ବୋଲେରୋ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବନ୍ଧମୁଣ୍ଡା ସି ବ୍ଲକ ୧୦ ନମ୍ବର ବସ୍ତିର ବିଟୁ ତନ୍ତି (୩୧), ଲାଠିକଟାର ସୋନା ଅନ୍‌ସାରୀ। ଏମାନଙ୍କ ନିକଟରୁ ଦୁଇଟି ବୋଲେରୋ, ଗୋଟିଏ ମୋଟରବାଇକ୍‌ ଜବତ ହୋଇଛି।

ଗତ ଜାନୁଆରି ୨୯ରେ ଝିରପାଣି ଖଡିଆବସ୍ତିର ଘର ଆଗରେ ଛିଡା ହୋଇଥିବା ବୋଲେରୋକୁ ଗିରଫ ଦୁଇ ଚୋର ଚୋରି କରି ନେଇଯାଇଥିଲେ। ପରଦିନ ଗାଡି ନଥିବା ଦେଖି ବୋଲେରୋ ମାଲିକ ଝିରପାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟେ ଜବତ ଦୁଇଟି ବୋଲେରୋର ନମ୍ବର ବଦଳାଇ ଦିଆଯାଇଥିବାରୁ ପୁଲିସ ଇଞ୍ଜିନ ଓ ଚେସିସ୍‌ ନମ୍ବରରୁ ଯାଞ୍ଚ କରୁଛି। ଗିରଫ ଦୁଇ ଚୋର ନାଁରେ ଅନ୍ୟ ‌କେଉଁ ଥାନାରେ ମାମଲା ରହିଛି, ତା’ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର