ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ପୁଲିସ ଏସ୍‌ଆଇଙ୍କୁ ୧ବର୍ଷ ଜେଲ୍‌

ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସୁବ୍ରତ କୁମାର ମହାନ୍ତି ପ୍ରମାଣ ଥିବା ଯୋଗୁଁ ଜଣେ ପୁଲିସ ଏସ୍‌ଆଇଙ୍କୁ ୧ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ହେଉଛନ୍ତି ଗଜପତି ଜିଲ୍ଲା ଅଡ଼ବା ଥାନାର ତତ୍କାଳୀନ ଭାରପ୍ରାପ୍ତ ଥାନା ଅଧିକାରୀ ଏସ୍‌ଆଇ ପ୍ରମୋଦ କୁମାର ସାହୁ। ସେ ବର୍ତ୍ତମାନ ଭୁବନେଶ୍ବର ଉପକଣ୍ଠ ଉତ୍ତରା ଫାଣ୍ଡିରେ କାର୍ଯ୍ୟରତ ଥିବା ଜଣାପଡ଼ିଛି।

ଏସ୍‌ଆଇ ପ୍ରମୋଦ ୨୦୦୬ରେ ଅଡ଼ବା ଥାନାରେ ଥିବା ବେଳେ ରବୀନ୍ଦ୍ର ନାହାକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼େ ପଡ଼ିଥିଲେ। ସେହିପରି ଏସ୍‌ଆଇ ପ୍ରମୋଦଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ବିଭାଗ ଆଉ ଏକ ମାମଲା ରୁଜୁ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ବିଚାରଣା ବେଳେ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପ୍ରମାଣ ଥିବା ଯୋଗୁଁ ଭିଜିଲାନ୍ସ ଜଜ୍‌ ଏସ୍‌ଆଇ ପ୍ରମୋଦଙ୍କୁ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧିତ ଖବର