ଡ୍ୟୁଟିରେ ଯାଉଥିବା ପୋଲିଂ କର୍ମଚାରୀଙ୍କ ଅସ୍ବାଭାବିକ ମୃତ୍ୟୁ

ନୀଳଗିରି : ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିଂ କର୍ମଚାରୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ହେଉଛନ୍ତି ବାରବାଟୀ ବାଳିକା ହାଇସ୍କୁଲର ୪ର୍ଥ ଶ୍ରେଣୀ କର୍ମଚାରୀ ବାରବାଟୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପଣ୍ଡା। ସୂଚନା ଅନୁସାରେ, ଆଜି ରଘୁନାଥ ନାମକ ଯାତ୍ରୀବାହୀ ବସରେ ୬ଟି ପୋଲିଂ ପାର୍ଟି କେସି ହାଇସ୍କୁଲ ପଡ଼ିଆରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଥିଲେ। ହେଲେ ବସ୍ ଭିତରେ ସେ କେତେବେଳେ ସଂଜ୍ଞାହୀନ ହୋଇ ଯାଇଥିଲେ, ତାହା କେହି ଜାଣି ପାରି ନ ଥିଲେ। ସେଠାରୁ ତାଙ୍କୁ ନୀଳଗିରି ଡାକ୍ତରଖାନା ଅଣାଯାଇଥିଲା। ଏହାପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର