୧୫ରେ ପ୍ରଣବ ସଂଗୀତ ପ୍ରତିଯୋଗିତା

ଭୁବନେଶ୍ୱର : ‘ସଂଭାବନା’ ପକ୍ଷରୁ ଆୟୋଜିତ ହେବାକୁ ଥିବା ପ୍ରଣବ ଜୟନ୍ତୀ ଓ ସଂଗୀତ ସଂଧ୍ୟା ‘ପ୍ରଣବ ପ୍ରଣାମ’ର ଅବ୍ୟବହିତ ପୂର୍ବରୁ ଓଡ଼ିଶାର କିଂବଦନ୍ତୀ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଗାଇଥିବା ସଂଗୀତର ଏକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ଆସନ୍ତା ୧୫ ତାରିଖ ଅପରାହ୍‌ଣ ୪ ଟାରେ ଏକାମ୍ର ହାଟଠାରେ ଅନୁଷ୍ଠିତ ହେବ। ପ୍ରତିଯୋଗୀମାନେ ୩ଟି ବିଭାଗରେ ଅଂଶଗ୍ରହଣ କରିପାରିବେ। ୬ରୁ ୧୧ବର୍ଷ ପର୍ଯ୍ୟନ୍ତ କନିଷ୍ଠ ବିଭାଗ ଥିବା ବେଳେ ୧୨ବର୍ଷରୁ ୧୭ବର୍ଷ ପର୍ଯ୍ୟନ୍ତ ବରିଷ୍ଠ ତଥା ୧୮ବର୍ଷ ଓ ତଦୂର୍ଧ୍ବ ପ୍ରତିଯୋଗୀମାନେ ସର୍ବ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରିପାରିବେ। ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ଅପରାହ୍‌ଣ ସାଢ଼େ ୩ଟାରେ ପ୍ରତିଯୋଗିତା ସ୍ଥଳରେ ଅନୁଷ୍ଠିତ ହେବ। ପ୍ରତିଯୋଗୀମାନେ ଉକ୍ତ ଦିନ ପ୍ରତିଯୋଗିତା ସ୍ଥଳରେ ନିଜ ନିଜର ନାମ, ବୟସ ପ୍ରମାଣ ପତ୍ର ସହ ପଞ୍ଜୀକରଣ କରିପାରିବେ। ପ୍ରତିଯୋଗିତା ସଂପର୍କରେ ସବି‌ଶେଷ ବିବରଣୀ ପାଇଁ ମୋ: ୯୪୩୭୧୬୪୪୬୧ରେ ଯୋଗାଯୋଗ କରିବାକୁ ସଂଭାବନାର ସଂପାଦକ ଦେବପ୍ରସାଦ ପରିଜା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର