ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି

ବାଲେଶ୍ବର: କୋଭିଡର ଦ୍ବିତୀୟ ଲହରର ତୀବ୍ରତା ଏବଂ ଭୟାବହତା ଦୃଷ୍ଟିରୁ ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏହାର ଗୁରୁତ୍ବକୁ ବୁଝି ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ଜିଲ୍ଲାମାନଙ୍କରେ ମେଡିକା‌ଲ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଞ୍ଜୁରୀ ଦେବା ସହ ତୁରନ୍ତ ଏହାର ନିର୍ମାଣ ପାଇଁ ବିଭିନ୍ନ ବିଭାଗକୁ ଦାୟିତ୍ବ ପ୍ରଦାନ କରିଛନ୍ତି।

ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ କେନ୍ଦ୍ର ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ଦ୍ବାରା ୨୧ଟି ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ପ୍ରତି‌ଷ୍ଠା କରାଯାଉଛି। ତେବେ ଦୁର୍ଗମ, ପାହାଡ଼ିଆ, ବନବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକୁ ଏଥିରୁ ବାଦ ପଡ଼ିଯାଇଛି। ବର୍ତ୍ତମାନ କୋଭିଡ୍‌ ସଂକ୍ରମଣ ଯେପରି ଭାବେ ବଢ଼ିଚାଲିଛି ସେଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ। ଏଣୁ ଅଗ୍ରାଧିକାର ଭିତ୍ତି‌େର ବାଦ ପଡ଼ିଥିବା ବାଲେଶ୍ୱର, ବଲାଙ୍ଗୀର, ଜଗତସିଂହପୁର, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମୟୁରଭଞ୍ଜ, ପୁରୀ, ରାୟଗଡ଼ା, ସୋନପୁର ଏବଂ ସମ୍ବଲପୁର ଜିଲ୍ଲାରେ ତୁରନ୍ତ ଗୋଟିଏ ଲେଖାଏଁ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଖୁବ୍‌ଶୀଘ୍ର ଏଗୁଡ଼ିକ ପ୍ରତିଷ୍ଠା କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ସୁପାରିଶ ପଠାଇ ଥିବା ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଷଡ଼ଙ୍ଗୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର