‘ସମ୍ବାଦ’ ସଂପାଦକ ସୌମ୍ୟରଂଜନଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ମହଲରୁ ପ୍ରାର୍ଥନା ଓ ପୂଜାର୍ଚ୍ଚନା

ବରାହ ପୀଠରେ ସମୁହ ଦୀପଦାନ

ଭୁବନେଶ୍ୱର: ‘ସମ୍ବାଦ’ ସଂପାଦକ ତଥା ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ବରାହ ପୀଠରେ ସମହ ଦୀପଦାନ କରାଯାଇଛି। ଶ୍ରୀ ଲକ୍ଷ୍ମୀ ବରାହ ସେବାୟତ ସଂଘର ପଣ୍ଡା ସେବକ ଗୋଲେଖ ବିହାରୀ ପଣ୍ଡା, ରସାନନ୍ଦ ଦିକ୍ଷୀତ, ରମାକାନ୍ତ ପଣ୍ଡା, ନାରାୟଣ ପଣ୍ଡା, ଗଗନ ବିହାରୀ ଦାଶ, ବିଜୟ ଦିକ୍ଷୀତ, ସୁଶାନ୍ତ ଦିକ୍ଷିତ, ସମ୍ବାଦ ସାହିତ୍ୟ ଘର ସମ୍ପାଦକ ସୁଶାନ୍ତ ନାୟକ, ଲକ୍ଷ୍ମୀଧର ଦିକ୍ଷୀତ ପ୍ରମୁଖ ବରାହ ପଣ୍ଡାସେବକଙ୍କ ମନ୍ତ୍ରଧ୍ୱନୀ ମଧ୍ୟରେ ସମୁହ ଦୀପଦାନ କରି ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରି ସମୁହ ଦୀପଦାନ କରିଥିଲେ।

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଶୁ ଆରୋଗ୍ୟ କାମନା

ସୌମ୍ୟରଂଜନ ପଟ୍ଟନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନିଜେ ଶ୍ରୀ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ଜରଆରେରେ ଗତକାଲି ଏହି ସୂଚନା ଦେଇଛନ୍ତି। ତାଙ୍କର ଆରୋଗ୍ୟ କାମନା କରି ବିଭିନ୍ନ ମହଲରୁ ଆଶୁ ଆରୋଗ୍ୟ କାମନା କରାଯାଇଛି। ତେବେ ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ୱର ଜୋନ୍‌ ପକ୍ଷରୁ ସାଧାରଣ ସମ୍ପାଦକ ସୁଦୀପ୍ତ ପ୍ରକାଶ ପୃଷ୍ଟିଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା ଉଦେଶ୍ୟରେ ସମୂହ ଦୀପଦାନ କରିବା ସହ ଶୀଘ୍ର ସୁସ୍ଥ ହେବାର କାମନା କରାଯାଇଛି। ଶ୍ରୀ ପଟ୍ଟନାୟକଙ୍କ ପାଇଁ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଖଣ୍ଡ ଦୀପ ପ୍ରଜଜ୍ୱଳନ କରି ଆଶୁ ଆରୋଗ୍ୟ କାମନା କରାଯାଇଛି। ଏହି ଦୀପଦାନ କାର୍ଯ୍ୟକ୍ରମରେ ଛାତ୍ର ନେତା ସାହିଲ୍‌ ହରିଚନ୍ଦନ, ସୁମନ ମହାନ୍ତି, ସିବୁନ୍‌ ପରିଜା, ନିବାରଣ ଜେନା, ପ୍ରତୀକ ସାହୁ, ଶିବ ପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଧାୟକଙ୍କ ପାଇଁ ପ୍ରାର୍ଥନା କରିଥିଲେ।

ବୀରମହାରାଜପୁର ଜଗନ୍ନାଥ ମନ୍ଦିରରେ ଦୀପଦାନ
ସୈମ୍ୟରଂଜନ ପଟ୍ଟନାୟକ ଆଶୁ ଆରୋଗ୍ୟ କାମନା କରି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଜଗନ୍ନାଥ ମନ୍ଦିର ଦୀପଦାନ କରାଯାଇଛି। ସର୍ବ ପ୍ରଥମେ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଠାରେ କର୍ପୁର ଆଳତୀ କରାଯାଇଥିଲା। ମୁଖ୍ୟ ପୂଜକ ବିଶ୍ୱାମିତ୍ର ଚାନ୍ଦ ମା ବିମଳା, ମା ମହାଲକ୍ଷ୍ମୀ ଓ ରାଧାକୃଷ୍ଣ ମନ୍ଦିରରେ ଦ୍ଵୀପ ଦେଇ ପୂଜା ଅର୍ଚ୍ଚନା କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହାପରେ ବୀରମହାରାଜପୁର ସମ୍ବାଦ ପରିବାର ଯୁଗଳ କିଶୋର ମିଶ୍ରଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଏକ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଗଜଲକ୍ଷ୍ମୀ ପୂଜା କମିଟିର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର କୁମାର ପତି, କମିଟିର ଉପଦେଷ୍ଟା ରାଜକୁମାର ପାଣିଗ୍ରାହୀ, କମିଟିର ସଭାପତି ଲବ କୁମାର ସାହୁ, ସମ୍ପାଦକ ତ୍ରୟଞ୍ଜୀବ ମିଶ୍ର, କୋଷାଧ୍ୟକ୍ଷ ସତ୍ୟ ମୋହନ, ରାଜେନ୍ଦ୍ର ଚାନ୍ଦ, ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ, ମନୋଜ ନାଏକ, ବଳରାମ ପ୍ରଧାନ, ଶ୍ରୀକର ପ୍ରଧାନ, ରଞ୍ଜନ ନାଏକ, ଉତ୍ତର ନାଏକ ପ୍ରମୁଖ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ଗତକାଲି କରୋନା ପଜିଟିଭ ଚିହ୍ନଟ ହେବା ପରେ ସୌମ୍ୟରଂଜନ ପଟ୍ଟନାୟକ ନିଜେ ଟୁଇଟ କରି ଏସଂପର୍କରେ ସୂଚନା ଦେଇଥିଲେ। ଏହା ପରେ ସବୁ ମହଲରେ ଉଦ୍‌ବେଗ ପ୍ରକାଶ ପାଇବା ସହ ସବୁ ମହଲରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା।

ସମ୍ବନ୍ଧିତ ଖବର