ଐତିହ୍ୟ ଏବଂ ଇତିହାସକୁ ସଂରକ୍ଷିତ ରଖାଯାଉ: ସମ୍ବିତ ପାତ୍ର

ଭୁବନେଶ୍ବର : ଇତିହାସ, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରାର ସୁରକ୍ଷା ଦାୟିତ୍ୱ ହେଉଛି ଆମ ସମସ୍ତଙ୍କର। ଏହାକୁ ସୁରକ୍ଷିିତ ରଖିନପାରିଲେ ଭବିଷ୍ୟତ ପିଢ଼ି କେବେହେଲେ ଆମକୁ କ୍ଷମା କରିବେ ନାହିଁ । ଶ୍ରୀମନ୍ଦିର ପରିକ୍ରମାକୁ ନେଇ ଓଡ଼ିଆ ଏବଂ ଓଡ଼ିଶାର ସଂସ୍କୃତିକୁ ନେଇ ଯେଉଁ ଭଳି ଭାବେ ବେନିୟମ କାର୍ଯ୍ୟ କରାଯାଉଛି, ତାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି।

ବୁଧବାର ଦିନ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟ ଆରମ୍ଭ ହେବା ସମୟରେ ପୁରାତନ ଐତିହ୍ୟ ଧ୍ୱଂସ ପାଇବାର ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି। ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଞ୍ଚଳ ଏବଂ ୨୦୦ ମିଟର ହେଉଛି ରେଗୁଲେଟେଡ ଅଞ୍ଚଳ । ଏହାସତ୍ତ୍ବେ ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ନିଷିଦ୍ଧାଞ୍ଚଳରେ ବେନିୟମ ଭାବେ ଖନନ କରାଯିବା ଏବଂ ପରିଧି ଭିତରେ ଥିବା ଏମାର ମଠର ଭଗ୍ନବଶାଷ ସ୍ୱରୂପ ସିଂହ ମୂର୍ତି ଭଗ୍ନବସ୍ଥାରେ ମିଳିବା ଚିନ୍ତାର ବିଷୟ। ସେ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ଅଞ୍ଚଳ ଖନନ କରାଯିବା ପୂର୍ବରୁ ଗ୍ରାଉଣ୍ଡ ପେନେଟ୍ରେଟିଂ ସର୍ଭେ କାର୍ଯ୍ୟ ହୋଇନଥିଲା। ଏପରିକି ଜିପିଆରଏସ୍‌ ସର୍ଭେ ମଧ୍ୟ ହୋଇନଥିଲା। ମାଟି ତଳେ ଅନେକ କୀର୍ତ୍ତିରାଜି ଓ ପ୍ରାଚୀନ ଧ୍ୱଂସାବଶେଷ ରହିଯାଇଥିବା ବେଳେ ଜେସିବି ମେସିନ ସାହାଯ୍ୟରେ ମାଟି ଖୋଳିବା ଏବଂ ଇତିହାସ ଓ ଐତିହ୍ୟକୁ ନଷ୍ଟ କରିବା ଆମ ସମସ୍ତଙ୍କ ମନକୁ ଆଘାତ ଦେଇଛି ।

ସମ୍ବନ୍ଧିତ ଖବର