ପ୍ରଚାର ପାଇଁ ଓଡ଼ିଶା ଆସିବେ ରାଷ୍ଟ୍ରପତି ପ୍ରାର୍ଥୀ!

ଭୁବନେଶ୍ବର : ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ଚଳିତ ସପ୍ତାହରେ ସେମାନଙ୍କ ପ୍ରଚାର ପାଇଁ ଓଡ଼ିଶା ଆ‌ସିବା ନେଇ ଚର୍ଚ୍ଚା ହେଉଛି। ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଏବେ ବିଭିନ୍ନ ରାଜ୍ୟ ବୁଲି ସମର୍ଥନ ଯୋଗାଡ଼ କରୁଥିବାବେଳେ ଏହି କ୍ରମରେ ଓଡ଼ିଶା ଆସିବାର ଅଛି ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ ଆସନ୍ତା ୬ ତାରିଖରେ ଯଶବନ୍ତ ସିହ୍ନା ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ସମର୍ଥନ ପାଇଁ ଅନୁରୋଧ କରିବେ। ସେହିପରି ୮ ତାରିଖରେ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ରାଜ୍ୟ କଂଗ୍ରେସର ବରିଷ୍ଠ ନେତୃତ୍ବଙ୍କୁ ଭେଟି ସମର୍ଥନ ଲୋଡ଼ିପାରନ୍ତି।

ସୂଚନାଯୋଗ୍ୟ ଯେ, ବିଜେଡି ଦ୍ରୌପଦୀଙ୍କୁ ସମର୍ଥନ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାବେଳେ ଓଡ଼ିଶା କଂଗ୍ରେସ ଦଳର ନିଷ୍ପତ୍ତି ଅନୁଯାୟୀ ଯଶବନ୍ତଙ୍କୁ ସମର୍ଥନ କରିବ ବୋଲି ପୂର୍ବରୁ କହିସାରିଛି।

ସମ୍ବନ୍ଧିତ ଖବର