ଫେରାର୍‌ ଉଦ୍ୟମ ବେଳେ କଏଦୀକୁ ଗୋଡ଼ାଇ ଧରିଲେ

ବରଗଡ଼ : ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା କଏଦୀ ଫେରାର୍‌ ମାରିବା ଏବଂ ତାକୁ ଅଧ କିଲୋମିଟର୍‌ ଯାଏଁ ଗୋଡ଼ାଇ ଧରିବା ଭଳି ଅଭାବନୀୟ ଘଟଣା ସୋମବାର ଦେଖିବାକୁ ମିଳିଛି। ଫେରାର୍‌ ମାରୁଥିବା କଏଦୀ ଜଣକ ସାର୍ଥିକ ଛୁରିଆ (୨୪)। ଘର ବରଗଡ଼ ବ୍ଲକ୍‌ ସୟାଁ (ଗୁଡ଼େଶିରା) ଗାଁରେ। ସେ ଗୋଟିଏ ଅପହରଣ ଘଟଣାରେ ଗିରଫ ହୋଇ ବରଗଡ଼ ଉପକାରାଗାରରେ ତିନିମାସ ହେଲା ରହୁଛି।

ପୂର୍ବରୁ ଗୋଡ଼ ବିନ୍ଧା କାରଣରୁ ତାକୁ ବୁର୍ଲା ମେଡିକାଲ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବାରମ୍ବାର ଚିକିତ୍ସା ପାଇଁ ନିଆଯାଉଥିଲା। ସୋମବାର ସକାଳୁ ପୁଣି ଗୋଡ଼ ଦରଜ କରୁଥିବା ସେ ଜେଲ୍‌ କର୍ତୃପକ୍ଷଙ୍କୁ କହିବା ପରେ ତାକୁ ୨ଜଣ ଜେଲ୍‌ କର୍ମଚାରୀ ସାଂଗରେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇବା ପାଇଁ ପ୍ରସ୍ତୁତି ଚାଲିଥିବାବେ‌େଳ ସାର୍ଥିକ୍‌ ହାତକଡ଼ି ଥିବା ସତ୍ବେ ଫେରାର୍‌ ମାରିଥିଲା। ତାକୁ ଜେଲ୍‌ କର୍ମଚାରୀ ଗୋଡ଼ାଇଥିଲେ। ପ୍ରାୟ ଅଧ କିଲୋମିଟର୍‌ ଦୂର ଯାଏଁ ଏହା ଚାଲିଥିଲା। ପରେ ତାକୁ ସ୍ଥାନୀୟ ଲୋକେ ଏବଂ ଜେଲ୍‌ କର୍ମଚାରୀ ମିଳିତ ଭାବେ କାବୁ କରିଥିଲେ।

ସମ୍ବନ୍ଧିତ ଖବର